ଜାଣନ୍ତୁ ଅଦାର ଉପକାରିତା

ଜାଣନ୍ତୁ ଅଦାର ଉପକାରିତା

ଜାଣନ୍ତୁ ଅଦାର ଉପକାରିତା
ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅଦା ପ୍ରତ୍ୟେକ ଦିନ ବିଭିନ୍ନ ଖାଦ୍ୟପାନୀୟରେ ଏହାର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ସକାଳୁ ଖାଲିପେଟରେ ନଖଉଷୁମ ଏକ ଗ୍ଳାସ ପାଣିରେ ଅଧ ଚାମଚ ଅଦା ରସ ମିଶାଇ ପିଇଲେ ସମସ୍ତ ପେଟ ସମସ୍ୟା ଦୂର ହୋଇଥାଏ । - ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହ ଶରୀରକୁ ଶକ୍ତି ପ୍ରଦାନ କରେ । - ସକାଳବେଳା ଅଦା ଚା ପିଇବା ଖୁବ ଉପକାରୀ ବୋଲି ବିଶେଷଜ୍ଞ ତଥ୍ୟରୁ ଜଣାପଡିଛି । - ଗର୍ଭବତୀ ମହିଳା ଅଦା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ଗର୍ଭାବସ୍ଥାର ଶେଷ ୩ ମାସରେ ଅଦା ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ବୋଲି କେତେକ ତଥ୍ୟରୁ ପ୍ରକାଶ । - ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଥିବା ବ୍ୟକ୍ତି ଅଦା ଚା କିମ୍ବା ଅଦାମିଶ୍ରିତ ପାଣି ପିଇବା ଉତମ । ତେବେ ଦୁର୍ବଳ ବ୍ୟକ୍ତି ଅଦାର ଉପଯୋଗ ନକରିବା ଉଚିତ ।