ବର୍ଷା ଦିନରେ କେଶର ଯତ୍ନ

ବର୍ଷା ଦିନରେ କେଶର ଯତ୍ନ

ବର୍ଷା ଦିନରେ କେଶର ଯତ୍ନ
ଏହି ଋତୁରେ କେଶ ପାଇଁ ସ୍ୱତନ୍ତ୍ର ଯତ୍ନ ନିଅନ୍ତୁ । ଆଲକହଲଯୁକ୍ତ ସାମ୍ପୁ, କଣ୍ଡିସନର ବଦଳରେ ନଡ଼ିଆ ତେଲଯୁକ୍ତ ସାମ୍ପୁ କେଶରେ ଲଗାନ୍ତୁ । ଏହା ଦ୍ୱାରା ଏହା କେଶର ମୂଳର ଚର୍ମ ସଂକ୍ରମଣ ହେବାର ଆଶଙ୍କା କମ୍ । ସାମ୍ପୂ ପୂର୍ବରୁ ବଡ଼ ଦାନ୍ତ ପାନିଆରେ କେଶ କୁଣ୍ଡାନ୍ତୁ । କେଶ କଟା ହେବ ନାହିଁ । ଉଷୁମ ପାଣିରେ କେଶ ଧୁଅନ୍ତୁ ନାହିଁ । ସାମ୍ପୁ ପରେ ଅଳ୍ପ କଣ୍ଡିସନର ଲଗାନ୍ତୁ । ଏହା ଦ୍ୱାରା କେଶ ନରମ ଓ ମଜଭୁତ ହୁଏ । ଚମକ ବଢେ଼ । ପ୍ରାକୃତିକ କଣ୍ଡିସନର ଭାବେ ବସା ଦହି ବ୍ୟବହାର କରିପାରିବେ । ଏହାକୁ କେଶରେ ଲଗାଇ ତଉଲିଆରେ ଗୁଡ଼ାଇ ଦିଅନ୍ତୁ । ପନ୍ଦର ମିନିଟ୍ ପରେ ଧୁଅନ୍ତୁ । ଦୁଇ ଚାମଚ ଦହି ଓ ଦୁଇ ଚାମଚ ଲେମ୍ବୁ ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବେ ଫେଣ୍ଟି କେଶରେ ଲଗାନ୍ତୁ । କୋଡ଼ିଏ ମିନିଟ ପରେ ଧୁଅନ୍ତୁ । ଓଦା କେଶ କୁଣ୍ଡାନ୍ତୁ ନାହିଁ । ଶୁଖିବା ପରେ କୁଣ୍ଡାନ୍ତୁ । ଏହା ଦ୍ୱାରା କେଶ ଛିଣ୍ଡିବା ଓ ଝଡ଼ିବା କମେ ।