ସୌନ୍ଦର୍ଯ୍ୟ ଉପଚାରରେ ସୋରିଷ ତେଲ

ସୌନ୍ଦର୍ଯ୍ୟ ଉପଚାରରେ ସୋରିଷ ତେଲ

ସୌନ୍ଦର୍ଯ୍ୟ ଉପଚାରରେ ସୋରିଷ ତେଲ
- ଯେକୌଣସି ଋତୁରେ ଶରୀରରେ ସୋରିଷ ତେଲ ଲଗାଇପାରିବେ । ଏହା ସଂକ୍ରାମଣ ବିରୋଧୀ ଏବଂ ଉଭୟ ତ୍ୱଚା ଓ କେଶ ପାଇଁ ଉପକାରୀ । ତେଲ ମାଲିସ ପରେ ସ୍ନାନ କଲେ ସହଜରେ ଧୂଳି-ମଳି ଛାଡିଯାଏ । ଲୋମ ମୂଳ ଶକ୍ତ ହୁଏ । ସୋରିଷ ତେଲର ଭିଟାମିନ ଇ ଉପାଦାନ ତ୍ୱଚାକୁ ଅଧିକ ଉଜ୍ଜଳ ରଖେ । - ମୁହଁରେ ସୋରିଷ ତେଲ ଲଗାଇ ଦଶ ମିନିଟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ତ୍ୱଚା ଫାଟିବା ଭଳି ସମସ୍ୟାରେ ପଡିବେ ନାହିଁ । ଏହା ମଧ୍ର ଓଠର ପ୍ରାକୃତିକ ରଂଗକୁ ଅତୁଟ ରଖେ । ସୋରିଷ ତେଲରେ ବେସନ, ଦହି, ଲେମ୍ଭୁ ରସ ଫେଂଟି ସପ୍ତାହରେ ତିନି ଥର ମୁହଁରେ ଲଗାନ୍ତୁ , କିଛି ପରେ ସୁଫଳ ଜାଣିପାରିବେ । - କେଶ ମୂଳକୁ ସୋରିଷ ତେଲରେ ନିୟମିତ ଘଷନ୍ତୁ, ରୂପି ହେବ ନାହିଁ ଓ କେଶ ସୁସ୍ଥ ରହିବ । ଏହା ଦ୍ୱାରା କେଶ ଝଡିବା ମଧ୍ୟ ବନ୍ଦ ହୁଏ । କେଶର ଉଷୁମ ସୋରିଷ ତେଲ ଲଗାଇ ଅଧଘଂଟାଏ ପରେ ଧୋଇଲେ କେଶର ସୌନ୍ଦର୍ଯ୍ୟ ବଢେ । ଗହଳ କେଶ ପାଇଁ ସୋରିଷ ତେଲରେ ଅଲିଭ ତେଲ ଫେଟିଂ ଲଗାନ୍ତୁ ।