ରକ୍ତଚାପକୁ ନିୟନ୍ତ୍ରଣରେ ରଖେ, ହୃଦ୍‌ରୋଗୀଙ୍କ ପାଇଁ ମହୋଷଧି ଏହି ଫଳ

ରକ୍ତଚାପକୁ ନିୟନ୍ତ୍ରଣରେ ରଖେ, ହୃଦ୍‌ରୋଗୀଙ୍କ ପାଇଁ ମହୋଷଧି ଏହି ଫଳ

ରକ୍ତଚାପକୁ ନିୟନ୍ତ୍ରଣରେ ରଖେ, ହୃଦ୍‌ରୋଗୀଙ୍କ ପାଇଁ ମହୋଷଧି ଏହି ଫଳ

ଆପଣଙ୍କୁ ନଡ଼ିଆ ଖାଇବାକୁ କେମିତି ଲାଗେ? ଏହି ଫଳ ଖାଇବାର ଅଭ୍ୟାସ ଅଛି ତ? ଗୋଟାଏ ଫଳ, ହେଲେ ଏହାକୁ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବେ ଆପଣ। ନଡ଼ିଆ କେବଳ ପାଟିକୁ ସୁଆଦ ଲାଗୁଥିବା ପରି ଏକ ଫଳ ନୁହେଁ ବରଂ ଏଥିରେ ଅନେକ ଭଲ ଗୁଣ ରହିିଛି, ଯାହାକି ଶରୀର ପାଇଁ ଖୁବ୍‌ ଉପକାରୀ। ନଡ଼ିଆରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ଭିଟାମିନ୍‌ ବି ମଧ୍ୟ କିଛି ପରିମାଣରେ ରହିଛି ଏଥିରେ। କେତେକ ଗୁରୁତ୍ବପୂର୍ଣ୍ଣ ମିନେରାଲ୍‌ ଥିବା ଏହି ଫଳକୁ ଖାଇବା ଦ୍ବାରା ଶରୀର ଫୂର୍ତ୍ତି ହୋଇଥାଏ।

ଏଥିରେ ପ୍ରବଳ ମାତ୍ରାରେ ଗ୍ୟାଗ୍‌ନେସିୟମ୍‌ ରହିଛି, ଯାହାକି ହାଡ଼କୁ ଶକ୍ତ କରିବାରେ ସହାୟ ହେବ। ଏଥିରେ କପର୍‌ ଓ ଆଇରନ୍‌ ମଧ୍ୟ ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଆମ ସେଲ୍‌କୁ ସୁରକ୍ଷା ଦେଇଥାଏ। ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହୃଦ୍‌ରୋଗୀମାନଙ୍କ ପାଇଁ ନଡ଼ିଆ ଖାଇବା ବହୁତ ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବ‌ାରା ହୃଦ୍‌ଘାତର ସମ୍ଭାବନା କମ୍‌ ରହିଥାଏ।

ଏହା ପେଟରେ ଥିବା ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ। ଶରୀରରେ ଜମିଥିବା ଅତିରିକ୍ତ ଚର୍ବି ମଧୁମେହ ଓ ହୃଦ୍‌ରୋଗର କାରଣ ହୋଇଥିବାରୁ ନଡ଼ିଆ ଖାଇବା ଦ୍ବାରା ଏହି ଦୁଇ ରୋଗକୁ ଦୂରେଇ ଦେଇ ହେବ। ନଡ଼ିଆ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରିଥାଏ। ଦୈନିକ ଏହାକୁ ଖାଇଲେ ଅନେକ ରୋଗକୁ ଦୂରେଇ ଦେଇ ହେବ।