ମାତ୍ରାଧିକ ମଦ୍ୟପାନ ଯକୃତ ରୋଗର କାରଣ: ଡା.ସେଠୀ

ମାତ୍ରାଧିକ ମଦ୍ୟପାନ ଯକୃତ ରୋଗର କାରଣ: ଡା.ସେଠୀ

ମାତ୍ରାଧିକ ମଦ୍ୟପାନ ଯକୃତ ରୋଗର କାରଣ: ଡା.ସେଠୀ
ଭୁବନେଶ୍ୱର: ମାତ୍ରାଧିକ ମଦ୍ୟପାନ, ଅଜଣା ଚିକିତ୍ସା ଓ ମେଦ ବହୁଳତା ଯକୃତ ରୋଗ ସୃଷ୍ଟି କରିବାର ପ୍ରମୁଖ କାରଣ ସାଜିପାରେ । ବୃହଦନ୍ତ୍ର ବା କଲୋନ କର୍କଟ ମଧ୍ୟ ପିତାମାତାଙ୍କ ଠାରୁ ଶିଶୁକୁ ଆସିପାରେ । ତେବେ କଲୋନସ୍କପି ଜରିଆରେ ଏହାର ଚିକିତ୍ସା କରାଯାଇପାରି ବୋଲି କହିଛନ୍ତି ମେଡିକା ସୁପରସ୍ପେଶାଲିଷ୍ଟ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ବିଭାଗର ମୁଖ୍ୟ ଡା.ପିକେ ସେଠୀ । ତୁରିଆ ଟକ୍ସର ଦଶମ ଏପିସୋଡରେ ଡା.ସେଠୀଙ୍କ ସହିତ ଆଲୋଚନା କରିଛନ୍ତି ତୁରିଆ କମୁ୍ୟନିକେସନର ସହ ପ୍ରତିଷ୍ଠାତା ସଂନ୍ଧ୍ୟା ସୁତୋଦିଆ । ସଂଧ୍ୟାଙ୍କ ସହିତ ସାକ୍ଷାତକାରରେ ଡା.ସେଠୀ କହିଛନ୍ତି ଯେ ଯକୃତ ରୋଗର ପ୍ରମୁଖ ଲକ୍ଷଣ ଗୁଡିକ ମଧ୍ୟରେ ତଳିପେଟରେ ଯନ୍ତ୍ରଣା, ରକ୍ତବାନ୍ତି ଓ ଝାଡାରେ ରକ୍ତ ପଡ଼ିବା । ବର୍ତ୍ତମାନ ପରିସ୍ଥିତିରେ କୋଭିଡ-୧୯ ପାଇଁ ଦିଆଯାଇଥିବା ଚିକିତ୍ସା ମଧ୍ୟ ଯକୃତ ରୋଗର କାରଣ ସାଜିପାରେ । ହେପାଟାଇଟିସ-ଏ ହେପାଟାଇଟିସ-ବି ଭଳି ଯକୃତ ରୋଗ ପାଇଁ ବଜାରରେ ଏକାଧିକ ଟିକା ଉପଲବ୍ଧ ହେଉଛି । ତେବେ ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ତେଣୁ ସୁଷମ ଖାଦ୍ୟ, ଶରୀରର ଓଜନ ଓ ନିୟମିତ ବ୍ୟାୟାମ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି ଡା.ସେଠୀ କହିଛନ୍ତି ।