ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯାଜପୁର ସହକାରୀ ସିଟି ଜିଏଷ୍ଟି ଅଫିସର ବିନୟ ଭୂଷଣ ତ୍ରିପାଠୀ
ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯାଜପୁର ସହକାରୀ ସିଟି ଜିଏଷ୍ଟି ଅଫିସର ବିନୟ ଭୂଷଣ ତ୍ରିପାଠୀ । ସ୍କ୍ରାପ ଗାଡି କୁ ଅଟକାଇ ଲାଞ୍ଚ ମାଗିବା ଘଟଣା ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ବିନୟ ତ୍ରିପାଠୀ ଓ ତାଙ୍କ ଦୁଇ ସହଯୋଗୀ ଜ୍ୟୋତି ପଟ୍ଟନାୟକ , ମହମ୍ମଦ ଗୋଲାମ ସଦ । ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ର ଙ୍କ କହିବାନୁଯାୟୀ , ମେ 7 ତାରିଖରେ ଜାତୀୟ ରାଜପଥ ରେ ଏକ ସ୍କ୍ରାପ ବୋଝେଇ ଗାଡିକୁ ଅଟକାଇଥିଲେ ବିନୟ ଭୂଷଣ। ଏହାପରେ ଗାଡି ଛାଡିବା ପାଇଁ 2.5 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ବିନୟ। ଗାଡି ରେ 8.89 ଲକ୍ଷ ଲକ୍ଷର 22 କେଜି ସ୍କ୍ରାପ ରହିଥିଲା। ଯାହା ଫଳରେ ମୋଟା ଅଙ୍କର ଟଙ୍କା ମାଗିଥିଲେ ବିନୟ।ଏହାବ୍ୟତୀତ ଜିଏସ୍ଟି ନିୟମକୁ ଉଲଂଘନ କରି ଉଦ୍ଦେଶ୍ୟମୂଳକ ଭାବରେ ସମସ୍ତ ସ୍କ୍ରାପକୁ ଅନ୍ୟ ସ୍କ୍ରାପ୍ ଡିଲରଙ୍କୁ ବେଆଇନ ଭାବରେ ବିକ୍ରୟ କରୁଥିଲେ। 8 ଲକ୍ଷ ଟଙ୍କାର ସ୍କ୍ରାପ କୁ 5 ଲକ୍ଷ ଟଙ୍କାର ବିକ୍ରି କରି ସମସ୍ତ ଟଙ୍କା କୁ ବ୍ୟାଙ୍କ ରେ ଜମା କରୁଥିଲେ ବିନୟ। ଏହାସହ ଯେଉଁ ଟଙ୍କା ସେ ଆଦାୟ କରୁଥିଲେ ତାକୁ ତାଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ନଗଦ ଜମା ହିସାବରେ ଜମା କରୁଥିଲେ। ତେବେ ଅଭିଯୋଗ ଆସିବା ପରେ ଗତକାଲି ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପ୍ରେସନ ଆରମ୍ଭ ହୋଇଥିଲା। ଭୁବନେଶ୍ୱର , ଯାଜପୁର , ଖୋର୍ଦ୍ଧା କେନ୍ଦ୍ରାପଡା ଆଦି ଜିଲ୍ଲାରେ ଥିବା ବିଭିନ୍ନ ଘର ଓ କାର୍ଯ୍ୟଳୟରେ ରେଡ଼ ପରେ ଏହି ସଙ୍ଗିନ ପ୍ରମାଣ ହସ୍ତଗତ କରିଥିଲା ଭିଜିଲାନ୍ସ । ତେଣୁ ଆଜି ବିନୟ ତ୍ରିପାଠୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।