ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଆଗକୁ ଆସୁଛି ଗଣେଶ ପୂଜା। ଏଥିପାଇଁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଟକ ସାରଳା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଶାନ୍ତି କମିଟି ପୂଜା କମିଟି ଓ ଗଣେଶ ପୂଜା କରୁଥିବା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ବିଶେଷ କରି ଚଳିତ ଥର ଶାନ୍ତି ଶୃଙ୍ଖଳା ରେ ପୂଜା ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯାଇଥିଲା। ସେପ୍ଟେମ୍ବର ୧୫ , ୨୨ ଓ ୨୯ ତାରିଖରେ ତିନୋଟି ରବିବାର ରେ ଭସାଣୀ ଯାତ୍ରା କରାଯିବ। କୌଣସି ଜବରଦସ୍ତ ଚାନ୍ଦା ଆଦାୟ କରାଯିବ ନାହିଁ। ସେହିଭଳି କେବଳ ୬୫ ଡେସିମିଲ ସାଉଣ୍ଡ ଭିତରେ ଡିଜେ ବାଜି ପାରିବ। ଅଧିକ ଜୋର୍ ରେ ବଜାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।