ଏଥର ମାଗଣାରେ ମହାପ୍ରସାଦ
ପୁରୀରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ତରଫରୁ ଅନୁଷ୍ଠିତ ଚତୁର୍ଥ ବିଶ୍ୱନୀୟନ୍ତାଙ୍କ ରଥସେବା ସମ୍ମାନ 2024 ରେ ଯୋଗଦେଇ ଶ୍ରୀମନ୍ଦିର ପ୍ରସଙ୍ଗ,,ରତ୍ନଭଣ୍ଡାର ପ୍ରସଙ୍ଗ,, ଜଗନ୍ନାଥ ସଂସ୍କୃତି ପ୍ରଚାରପ୍ରସାର,, ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଯୋଗାଇବା,,ଅବଢା ଯୋଜନାରେ ପୁରୀର ସମସ୍ତ ପ୍ରକଳ୍ପ,,, ମହାପ୍ରଭୁଙ୍କ ଜମିଜମା ସମସ୍ୟା ତଥା ମହାପ୍ରଭୁଙ୍କ ଜମିରେ ବସବାସ କରୁଥିବା ଲୋକଙ୍କୁ NOC ପ୍ରଦାନ,,ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିୟୋଜିତ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରପ୍ରସାର ପାଇଁ ତଥା ଭକ୍ତଙ୍କ ଜାଣିବା ପାଇଁ ପୁରୀ ସହରରେ ଏକ ଞ୍ୟାନକେନ୍ଦ୍ର ବା ଇଣ୍ଟରପ୍ରିଟେସନ୍ ସେଣ୍ଟର ନିର୍ମାଣ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସେହିପରି ଭିତର ରତ୍ନଭଣ୍ଡାରରୁ ସିନ୍ଧୁକ ଓ ଆଲମିରା ସ୍ଥାନାନ୍ତର ପାଇଁ ବିଭାଗ ତରଫରୁ ଅନୁମୋଦନ ମିଳିଛି, ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗଣତିମଣତି ଓ ମରାମତି କାର୍ଯ୍ୟ ହେବ। ଭିତର ରତ୍ନଭଣ୍ଡାରର ଜିପିଆର ସର୍ଭେ ମଧ୍ୟ କରାଯିବ କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେପଟେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବା ସହ ଅବଢା ଯୋଜନାରେ ଅଧାପନ୍ତରିଆ ପ୍ରକଳ୍ପର ତ୍ୱରାନ୍ୱିତ ପାଇଁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଆଇନମନ୍ତ୍ରୀ। ଅନ୍ୟପଟେ ମହାପ୍ରଭୁଙ୍କ ଜମିଜମା ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ଓ ଶ୍ରୀମନ୍ଦିରର ସୁରକ୍ଷା ତଥା ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିୟୋଜିତ ହେବେ ବୋଲି ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।