ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ ବିଶ୍ଵବିଦ୍ୟାଳୟର 11 ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ ବିଶ୍ଵବିଦ୍ୟାଳୟର 11 ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 2008 ମସିହାରେ ନାରାଜ ଠାରେ ଓଡ଼ିଶାର ସର୍ବ ପ୍ରଥମ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି 11 ବର୍ଷ ମଧ୍ୟରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର 10 ଟି ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଆଜି ଚଳିତ ବର୍ଷ 202 ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। 98 ଜଣ ଙ୍କୁ ଵିଏ ଏଲ ଏଲ ବି, 55 ଜଣଙ୍କୁ ବିବିଏ ଏଲ ଏଲ ବି,43 ଜଣ ଙ୍କୁ ଏଲ ଏଲ ଏମ ଡିଗ୍ରୀ ପ୍ରଦାନ କରାଯାଇଛି। ଏହା ବ୍ୟତୀତ 6 ଜଣଙ୍କୁ ପି ଏଚ ଡି ଡିଗ୍ରୀ, 13 ଜଣ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହି ସମାବର୍ତ୍ତନ ଉତ୍ସବରେ ଡକ୍ଟର ବିବେକ ରାଘବନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାବର୍ତ୍ତନ ଉତ୍ସବ ରେ ଆଧୁନିକ ଡିଜିଟାଲ ଯୁଗରେ ଆଇନ୍ କ୍ଷେତ୍ରରେ ଏହାର ପ୍ରୟୋଗ ସମ୍ପର୍କ ରେ ଏକ ସନ୍ଧର୍ବ ପାଠ କରିଥିଲେ। ସୁପ୍ରିମ କୋର୍ଟ ର ବିଚାର ପତି ଜଷ୍ଟିସ ସଞ୍ଜୀବ ଖାନା ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଥିଲେ। ତାଙ୍କ ମତରେ ଆଇନ ପାଠ୍ୟକ୍ରମ ରେ ମନୋ ନିବେଶ କରିବା ଓ ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ଜଣେ ସଫଳ କୃତି ବିଦ୍ୟାର୍ଥୀ ହୋଇ ପାରିବ ।ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟର ଭି ସି ବେଦ କୁମାରୀ କୁଳପତି ସ୍ଵାଗତ ଭାଷଣ ଦେବା ସହିତ ବିବରଣୀ ପାଠ କରିଥିଲେ । ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ତଥା ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ ର କୁଳପତି ଜଷ୍ଟିସ ଚକ୍ରଧାରୀ ଶରଣସିଂ ଛାତ୍ର ଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ଜଷ୍ଟିସ ଶରଣସିଂ ଏହି ସମାବର୍ତ୍ତନ ଉତ୍ସବ ରେ ଯୋଗଦେଇଥିବା ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ।