ଏକକାଳୀନ ୯ଟି ସନ୍ତାନଙ୍କୁ ଜନ୍ମ ଦେଇ ରୋଚକ ଚର୍ଚ୍ଚାରେ ଏହି ମହିଳା, ଜାଣନ୍ତୁ

ଏକକାଳୀନ ୯ଟି ସନ୍ତାନଙ୍କୁ ଜନ୍ମ ଦେଇ ରୋଚକ ଚର୍ଚ୍ଚାରେ ଏହି ମହିଳା, ଜାଣନ୍ତୁ

ଏକକାଳୀନ ୯ଟି ସନ୍ତାନଙ୍କୁ ଜନ୍ମ ଦେଇ ରୋଚକ ଚର୍ଚ୍ଚାରେ ଏହି ମହିଳା, ଜାଣନ୍ତୁ
ନୂଆଦିଲ୍ଲୀ: ଦକ୍ଷିଣ ଆଫି୍ରକୀୟ ରାଷ୍ଟ୍ରର ମାଲିର ଜଣେ ୨୫ ବର୍ଷୀୟା ପ୍ରସୂତି ମଙ୍ଗଳବାର ଏକକାଳୀନ ୯ଟି ସନ୍ତାନଙ୍କୁ ଜନ୍ମ ଦେବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି । ହାଲିମା ସିସେ ନାମ୍ନୀ ଉକ୍ତ ମହିଳାଙ୍କର ଅସ୍ତ୍ରୋପଚାର ବଳରେ ଜନ୍ମିତ ଏହି ନବଜାତକଙ୍କ ମଧ୍ୟରେ ୫ ଝିଅ ଓ ୪ ଜଣ ପୁଅ ଅଛନ୍ତି ଏବଂ ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କୁହାଯାଇଛି । ପୂର୍ବରୁ ତାଙ୍କ ଗର୍ଭରେ ୭ଟି ଭ୍ରୁଣ ବଢ଼ୁଥିବା ସମ୍ପର୍କରେ ଡାକ୍ତର ସୂଚନା ଦେବା ସହ ସିସେଙ୍କର ସୁସ୍ଥ ଗର୍ଭାବସ୍ଥା ନେଇ ଚିନ୍ତିତ ଥିଲେ ।