ବିଶ୍ୱବ୍ୟାପୀ ଚିହ୍ନଟ କରୋନା ମାମଲାର ୪୬ ପ୍ରତିଶତ କେବଳ ଭାରତରେ ରହିଛି : WHO

ବିଶ୍ୱବ୍ୟାପୀ ଚିହ୍ନଟ କରୋନା ମାମଲାର ୪୬ ପ୍ରତିଶତ କେବଳ ଭାରତରେ ରହିଛି : WHO

ବିଶ୍ୱବ୍ୟାପୀ ଚିହ୍ନଟ କରୋନା ମାମଲାର ୪୬ ପ୍ରତିଶତ କେବଳ ଭାରତରେ ରହିଛି : WHO
ନୂଆଦିଲ୍ଲୀ: ଭାରତ କରୋନା ସଂକ୍ରମଣ ବୃଦ୍ଧି ସାରା ବିଶ୍ୱର ଚିନ୍ତା ବଢ଼ାଇଛି । ଗତ ସପ୍ତାହରେ ବିଶ୍ୱବ୍ୟାପୀ ଚିହ୍ନଟ ହୋଇଥିବା କରୋନା ସଂକ୍ରମଣ ମାମଲା ଅର୍ଦ୍ଧାଧିକ କେବଳ ଭାରତରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ର ସାପ୍ତାହିକ ମହାମାରୀ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଗତ ସପ୍ତାହରେ ବିଶ୍ୱବ୍ୟାପୀ ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲାର ୪୬ ପ୍ରତିଶତ କେବଳ ଭାରତରେ ରହିଛି ଏବଂ ୨୫ ପ୍ରତିଶତ ନୂଆ କରୋନା ମୃତୁ୍ୟ ମଧ୍ୟ ଭାରତରୁ ଚିହ୍ନଟ ହୋଇଛି । ଲଗାତାର ୧୪ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୩,୮୨,୩୧୫ ଥିଲା । ସଂକ୍ରମଣ ବଢ଼ିବାରୁ ହସ୍ପିଟାଲମାନଙ୍କରେ ବେଡ଼ ଏବଂ ଅକ୍ସିଜେନର ଅଭାବ ଦେଖାଦେଇଛି । ଅନେକ ଲୋକଙ୍କର ମଧ୍ୟ ହସ୍ପିଟାଲ ବାହାହରେ ଅପେକ୍ଷା କରି ମୃତୁ୍ୟ ହୋଇଯାଇଛି ।