ଦୀର୍ଘ ପଚାଶ ଦିନର ଶ୍ରମିକ ଆନ୍ଦୋଳନରେ ପଡ଼ିଲା ପୂର୍ଣ୍ଣଛେଦ, ପଡ଼ିଲା ପୂର୍ଣ୍ଣଛେଦ ମିଳିଲା ଲୁହ ଲହୁର ମୂଲ୍ୟ
ହାଡ଼ ଭଙ୍ଗା ପରିଶ୍ରମ କରି ଶ୍ରମିକ ଟିଏ ଦେଶ ନିର୍ମାଣ କରିଥାଏ,କିନ୍ତୁ ଅନେକ ସମୟରେ ଶ୍ରମିକ ଟିଏ ଅନ୍ୟାୟ ଅତ୍ୟାଚାର ର ଶିକାର ହୁଏ ଫଳରେ ତାର ମେରୁଦଣ୍ଡ ଭାଙ୍ଗି ଯାଏ,କିନ୍ତୁ ନିଜର ନିରନ୍ତର ଲଢେଇ ଫଳରେ ଶ୍ରମିକ ଟିଏ ବିଜୟୀ ହୁଏ ଏବଂ ତାର ନାର୍ଯ୍ୟ ଦାବି ହାସଲ କରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ ସୂଚନାଯୋଗ୍ୟ କି -
କଟକ ଆଠଗଡ଼ ଖୁଣ୍ଟୁଣୀ ସ୍ଥିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘର ଦୀର୍ଘ ପଚାଶ ଦିନ ଧରି କମ୍ପାନୀ ସମ୍ମୁଖରେ ଦୀର୍ଘଦିନ ଧରି ଚଳାଇଥିବା ଆନ୍ଦୋଳନ ସଫଳ ହୋଇଛି ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ଉଦ୍ୟମ ଫଳରେ ଶ୍ରମିକ ମାନଙ୍କର ଦାବି କମ୍ପାନୀ କର୍ତ୍ତୃପକ୍ଷ ମାନିନେଇଛନ୍ତି ଯାହା ଫଳରେ ଆଜି ଦୀର୍ଘ ପଚାସ ଦିନର ଆନ୍ଦୋଳନ ପ୍ରତ୍ୟାହାର କରିନିଅଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘ ପକ୍ଷରୁ ବକ୍ସି ବଜ଼ାର ସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସଭାପତି ବାଦଲ ମହାରଣା, ଶାନ୍ତନୁ ମହାପାତ୍ର, ସାମ୍ବାଦିକ ମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ଭାରତୀୟ ମଜ଼ଦୂର ସଙ୍ଘ ଦ୍ୱାରା ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳେଇ ଆସିଥିଲେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳ କର୍ମଚାରୀ ମାନଙ୍କର ଦାବିକୁ ଗ୍ରହଣ କରି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଆନ୍ଦୋଳନ ର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ ସରକାରଙ୍କର ହସ୍ତକ୍ଷେପ ଫଳରେ କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କର ସମସ୍ତ ଦାବି ମାନିନେଇ ଛଟେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଏବଂ ସେମାନଙ୍କ ର ବକେୟା ପ୍ରାପ୍ୟକୁ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ଯାହା ଫଳରେ ଆଠଗଡ ଖୁଣ୍ଟୁଣୀ ସ୍ଥିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଙ୍ଘ ଆନ୍ଦୋଳନ କୁ ପ୍ରତ୍ୟାହାର କରିନେଇଛନ୍ତି.