ଆସନ୍ତା ୨୯ ରେ ଜୟପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ୨୯ ରେ ଜୟପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ୨୯ ରେ ଜୟପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଜୟପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଟାର୍ଗେଟରେ ଏବେ ଦକ୍ଷିଣ ଓଡିଶା। ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ମିଶନ ୧୨୦ ପ୍ଲସ୍ ପୂରଣ ପାଇଁ ମୋଦୀ ଆସୁଛନ୍ତି ଜୟପୁର । ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ସାଧାରଣ ସଭାରେ ଜୟପୁର ନିର୍ବାଚନ ମଣ୍ଡଳୀର ୭୦ ହାଜରରୁ ଉର୍ଦ୍ଧ୍ବ ଲୋକଙ୍କ ସହ ଆଖ ପାଖ ନିର୍ବାଚନ ମଣ୍ଡଳୀରୁ ମୋଟ୍ ଦେଢ ଲକ୍ଷ ଲୋକ ଯୋଗଦେବେ ବୋଲି କହିଛନ୍ତି ଜୟପୁରର ବରିଷ୍ଠ ବିଜେପି ନେତା ଅନୁପ ପାତ୍ର। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜୟପୁରରେ ୩ଟି ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ କେଉଁ ସ୍ଥାନ ବଛାଯିବ ତାହା ରାଜ୍ୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅନୁପ ।