ଦୁଷ୍କର୍ମ କରିଙ୍କୁ ୧୫ ଦିନରେ ଫାଶୀ
ମମତା ସରକାର ଆଣିଲେ ନୂଆ ବିଲ୍ । ଏଣିକି ପଶ୍ଚିମ ବଙ୍ଗରେ ଦୁଷ୍କର୍ମ କିମ୍ବା ଯୌାନ ଉତ୍ପୀଡିନ ହେଲେ, ଦୋଷୀଙ୍କୁ ନିଆଯିବ ଫାଶୀ । ତାହା ପୁଣି ମାତ୍ର ୧୫ ଦିନରେ । ମମତା ବାନାର୍ଜୀ ସରକାର ପଶ୍ଚିମବଙ୍ଗ ବିଧାନ ସଭାରେ ଏହି ବିଲ୍ ଗୃହିତ କରିଛନ୍ତି । ସର୍ବସମ୍ମତି କ୍ରମେ ଏହି ବିଲକୁ ପୂଣ୍ଣ ସମର୍ଥନ ମିଳିଛି । ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ମାମଲାରେ ଅକଳରେ ପଡିଥିବା ମମତା ସରକାର ଏପରି ନିମୟ ଆଣିବାରେ ଦେଶରେ ପ୍ରଥମ । ଏହି ବିଲର ନାମ ଅପରାଜିତା ରଖା ଯାଇଛି । ବିଲ୍ ଗୃହିତ ହେବା ପରେ ଏହା ରାଜ୍ୟପାଳ, ପରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଏହା ଅନୁମୋଦିତ ହେବା ପରେ ରାଜ୍ୟରେ ଲାଗୁ କରାଯିବ । ଦୁଷ୍କର୍ମ, ଯୌନ ନିଯ୍ୟାତନା ମାମଲାରେ ଯଦି ପୀଡିତାଙ୍କ ମୃତ୍ୟୁ ହୁଏ, ତାହେଲେ ତୁରନ୍ତ ଶୁଣାଣୀ କରାଯାଇ ମାତ୍ର ୧୫ ଦିନ ମଧ୍ୟରେ ଫାଶୀ ଦେବା ପାଇଁ ବିଲରେ ନିୟମ ଅଣା ଯାଇଛି । ସେହିପରି ଏହି ମାମଲାରେ ଦୋଷୀ ସାବ୍ୟସ୍ତଙ୍କୁ ଆଜୀବନ କାରାଦଣ୍ଡ ହେବା ସହ ପାରୋଲ ପ୍ରଦାନ କରାଯିବ ନାହିଁ । ଏହି ମାମଲାର ଅଭିଯୁକ୍ତଙ୍କୁ ତ୍ୱରିତ କଠୋର ଦଣ୍ଡ ଦେବାକୁ ଏହି ନିୟମ ଅଣାଯାଇଛି । ଏହି ବିଲକୁ ପଶ୍ଚିମ ବଙ୍ଗ ବିଜେପି ସମର୍ଥନ କରିଛି । ତେବେ ପଶ୍ଚିମ ବଙ୍ଗ ବିଜେପି ସଭାପତି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟରେ ଦେଖା ଦେଇଥିବା ଜନ ଅସନ୍ତୋଷ ଓ ପ୍ରତିବାଦରୁ ଧ୍ୟାନ ହଟାଇବା ପାଇଁ ମମତା ଏପରି କରିଛନ୍ତି ।