ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି: ମୋହନ ଭାଗବତ

ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି: ମୋହନ ଭାଗବତ

ଜଣେ ବି ହିନ୍ଦୁ ଦେଶ ଛାଡ଼ିବେନି: ମୋହନ ଭାଗବତ
ନୂଆଦିଲ୍ଲୀ: ଏନ୍ଆରସି (ଜାତୀୟ ନାଗରିକ ପଞ୍ଜିକା) ତାଲିକାରେ ନାଁ ନଥିଲେ ବି କୌଣସି ଜଣେ ହେଲେ ହିନ୍ଦୁ ଦେଶ ଛାଡ଼ିବେନି । ଏନ୍ଆରସି ତାଲିକାରୁ ବାଦ୍ ପଡ଼ିବାର ମାନେ ନୁହେଁ ଯେ, ଦେଶରୁ ସେମାନଙ୍କୁ ତଡ଼ି ଦିଆଯିବ । ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏ ସଂକ୍ରାନ୍ତରେ ସ୍ପଷ୍ଟ ଭାବେ ଶୁଣାଇ କହିଛନ୍ତି ଯେ, ଏନ୍ଆରସି ତାଲିକାରେ ନାଁ ନଥିଲେ ମଧ୍ୟ କୌଣସି ଜଣେ ହେଲେ ହିନ୍ଦୁଙ୍କୁ ଦେଶ ଛାଡ଼ିବାକୁ ଦିଆଯିବନି । ଏପରିକି ଯେଉଁ ହିନ୍ଦୁମାନେ ବାହାରେ ତଥା ଅନ୍ୟ ଦେଶରେ ନିର୍ଯାତନାର ଶିକାର ହୋଇ ଭାରତ ଆସିଛନ୍ତି ସେମାନେ ମଧ୍ୟ ଭାରତରେ ରହିବେ ବୋଲି ଭାଗବତ ଆଶ୍ୱାସନା ଦେଇଛନ୍ତି । ଭାଗବତ ଗତକାଲି କୋଲକାତାରେ ଆରଏସ୍ଏସ୍ ଏବଂ ବିଜେପି ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକରେ ଏହା କହିଛନ୍ତି । ଆରଏସ୍ଏସ୍ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ରୁଦ୍ଧଦ୍ୱାର ବୈଠକରେ ଉପସ୍ଥିତ ଥିବା ଅନେକ ନେତା ପଶ୍ଚିମବଙ୍ଗରେ ଏନ୍ଆରସି ପୂର୍ବରୁ ସିଏବି (ନାଗରିକତା ସଂଶୋଧନ ବିଲ୍) କାର୍ଯ୍ୟକାରୀ କରିବାପାଇଁ କହିଥିଲେ । ସେମାନେ କହିଥିଲେ ପଶ୍ଚିମବଙ୍ଗରେ ପ୍ରଥମେ ସିଏବି ଏବଂ ପରେ ଏନ୍ଆର୍ସି କାର୍ଯ୍ୟକାରୀ ହେବା ଉଚିତ୍ । ଗତ ମାସ ୩୧ ତାରିଖରେ ଆସାମରେ ଚୂଡ଼ାନ୍ତ ଏନ୍ଆର୍ସି ତାଲିକା ପ୍ରକାଶ ପାଇଥିଲା ।