ଜାଣନ୍ତୁ କ’ଣ ରହିଛି ୫ କିଗ୍ରା ଏଲପିଜି ସିଲିଣ୍ଡରର ନାମ

ଜାଣନ୍ତୁ କ’ଣ ରହିଛି ୫ କିଗ୍ରା ଏଲପିଜି ସିଲିଣ୍ଡରର ନାମ

ଜାଣନ୍ତୁ କ’ଣ ରହିଛି ୫ କିଗ୍ରା ଏଲପିଜି ସିଲିଣ୍ଡରର ନାମ
ନୂଆଦିଲ୍ଲୀ: ସମାଜ ଏବଂ ପରିବାରରେ ଛୋଟ ପିଲାକୁ ଯେଭଳି ଛୋଟୁ ବୋଲି ଡାକନ୍ତି, ଇଣ୍ଡିଆନ ଅଏଲ ସେହିଭଳି ୫ କିଲୋ ବିଶିଷ୍ଟ ଛୋଟ ଏଲପିଜି ସିଲିଣ୍ଡରର ନାମ ଛୋଟୁ ଦେଇଛି । ୨୦୨୦ ଡିସେମ୍ବର ୧୧ ରେ ଏହି ଘୋଷଣା କମ୍ପାନୀ କହିଛି । ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡରେ ୫ କିଲୋ ବ୍ୟତୀତ ୧୯ କିଗ୍ରା ଏବଂ ୧୪.୨ କିଲୋ ବିଶିଷ୍ଟ ଏଲପିଜି ସିଲିଣ୍ଡର ବିକି୍ର ହେଉଛି । ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ, ଆଇଟି କ୍ଷେତ୍ରରେ କର୍ମଚାରୀ, ବିପିଓ କର୍ମଚାରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ପକ୍ଷରୁ ୨୦୧୩ ମସିହାରେ ଏହି ଏଲପିଜି ସିଲିଣ୍ଡର ବଜାରକୁ ଅଣାଯାଇଥିଲା । ୨୦୧୩ ଅକ୍ଟୋବର ୫ ରେ ଦେଶର ୪ ମହାନଗରୀର ପେଟ୍ରୋଲ ପମ୍ପ ମାଧ୍ୟମରେ ଏହା ଆରମ୍ଭ ହୋଇଥିଲା ।