ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି

ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି

ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି
ମୁମ୍ବାଇ: ତୈଳ କମ୍ପାନୀ ମାନଙ୍କ ଦ୍ୱାରା ପୁଣି ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି କରାଯାଇଛି । ଏହା ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗି ୯୪ ଟଙ୍କା ପାର କରିଥିବା ବେଳେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭.୬୦ ଟଙ୍କାରେ ପହଂଚିଛି । ତୈଳ କମ୍ପାନୀ ମାନଙ୍କ ଦ୍ୱାରା ପେଟ୍ରୋଲ ଉପରେ ଲିଟର ପିଛା ୩୦ ପଇସା ଓ ଡିଜେଲ ଉପରେ ୨୫ ପଇସା ବୃଦ୍ଧି କରାଯାଇଛି । ବୁଧବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୮୭.୬୦ ଟଙ୍କା ଓ ଡିଜେଲ ୭୭.୭୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୯୪.୧୨ ଟଙ୍କା ଓ ଡିଜେଲ ର ଲିଟର ପିଛା ଦାମ ୮୪.୬୩ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲର ଦାମ ୮୯.୯୬ ଟଙ୍କା ରହିଥିବା ବେଳେ ଡିଜେଲ ୮୨.୯୦ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୮୮.୯୨ ଟଙ୍କା ଓ ଡିଜେଲ ୮୧.୩୧ ଟଙ୍କା, ନୋଇଡାରେ ପେଟ୍ରୋଲର ଦାମ ଲିଟର ପିଛା ୮୬.୬୪ ଓ ଡିଜେଲର ଦାମ ୭୮.୧୫ ଟଙ୍କା ରହିଛି । ଲଗାତର ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂୁଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଗତ ୧୦ ମାସ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୮ ଟଙ୍କା ବୃଦ୍ଧି ପାଇସାରିଲାଣି ।