ୟୁପିରେ ଏକାଠି ହେବେ ଓୱେସୀ ଓ ମାୟାବତୀ!

ୟୁପିରେ ଏକାଠି ହେବେ ଓୱେସୀ ଓ ମାୟାବତୀ!

ୟୁପିରେ ଏକାଠି ହେବେ ଓୱେସୀ ଓ ମାୟାବତୀ!
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାକୁ ପାଥେୟ କରି ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଧିନ ଅୱେସି ଏବେ ବିଏସପି ସୁପି୍ରମୋ ମାୟାବତୀଙ୍କ ସହିତ ହାତ ମିଳାଇବାକୁ ଯାଉଛନ୍ତି । ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନରେ ବିଏସପି ସହିତ ଏଆଇଏମଆଇଏମ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି । ମାୟାବତୀ-ଅୱେସିଙ୍କ ମେଣ୍ଟ ଯଦି ସାକାର ହୁଏ ତେବେ ଏହି ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବ । ବିହାରରେ ୫ଟି ଆସନରେ ବିଜୟୀ ହୋଇଥିବା ଏଆଇଏମଆଇଏମ ଏବେ ଉତ୍ତରପ୍ରଦେଶରେ ନିଜର ରାଜନୈତିକ ପତିଆରା ବଢ଼ାଇବାକୁ ଚାହୁଁଛି । ବିଜେପିର ଶକ୍ତି ବୃଦ୍ଧିରେ ଧରାଶାୟୀ ହୋଇ ରହିଥିବା ବିଏସପି ମଧ୍ୟ ଏଆଇଏମଆଇଏମ ସହ ମେଣ୍ଟ କରି ବିଜେପିକୁ କଡ୍ଡା ଟକ୍କର ଦେବାକୁ ଚାହିଁବ ବୋଲି କୁହାଯାଉଛି ।