ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ପାଇଁ ୫୮୭ କୋଟି

ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ପାଇଁ ୫୮୭ କୋଟି

ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ପାଇଁ ୫୮୭ କୋଟି

ଭୁବନେଶ୍ବର: ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ାରେ ନିର୍ମାଣ ହେବ ବାଇପାସ ରାସ୍ତା । ହେବାକୁ ଥିବା ଏହି ବାଇପାସ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ନିର୍ମାଣ ଲାଗି ୫୮୭.୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଟଙ୍କା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ମଞ୍ଜୁର କରିଛି । ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଏନେଇ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ରାସ୍ତାଟି ଝାରସୁଗୁଡ଼ା ବୁଢ଼ିପଦରରୁ ବାହାରି ପତ୍ରାପାଲିଠାରେ ବାହାରିବ । ରାସ୍ତା ନିର୍ମାଣ ପାଇଁ ସର୍ଭେ ଓ ସମସ୍ତ ଆନୁସଙ୍ଗିକ କାର୍ୟ୍ୟ ସମ୍ପର୍ଣ୍ଣ ହୋଇଛି । ୩୧.୨୪ କିଲୋମିଟର ଲମ୍ବା ଏହି ରାସ୍ତା ନିର୍ମାଣ କାର୍ୟ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିରେ ହାତୀ ଓ ଅନ୍ୟ ଜଙ୍ଗଲି ଜନ୍ତୁଙ୍କ ସୁଗମ ଯାତାୟତ ପାଇଁ ଅଣ୍ଡର ପାସ ଷ୍ଟ୍ରକଚର ବ୍ୟବସ୍ଥା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ମାସରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରାସ୍ତା ନିର୍ମାଣ ସାଇଟ ପରିଦର୍ଶନ କରିଛନ୍ତି । ତୁରନ୍ତ କାର୍ୟ୍ୟ ଆରମ୍ଭ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।