ଆଜି ଟି-ଟ୍ୱେଣ୍ଟି ରେ ଭାରତ-ଅଷ୍ଟ୍ରେଲିଆ ଲଢେଇ

ଆଜି ଟି-ଟ୍ୱେଣ୍ଟି ରେ ଭାରତ-ଅଷ୍ଟ୍ରେଲିଆ ଲଢେଇ

ଆଜି  ଟି-ଟ୍ୱେଣ୍ଟି ରେ ଭାରତ-ଅଷ୍ଟ୍ରେଲିଆ ଲଢେଇ

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିବ ଭାରତ।  ମୋହାଲିରେ ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ଭାରତ ନିଜକୁ ପ୍ରସ୍ତୁତ କରିଛି।  ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୩ଟି ମ୍ୟାଚରେ ଭାରତ କିଛି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା। ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଭାରତ ଲାଗି ଶୁଭ ସୂଚନା ଥିଲା।  ଏମିତିକି ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଓପନ କଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

ଭାରତ ନିଜର ସପୂର୍ଣ୍ଣ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଷ୍ଟ୍ରେଲିଆ କିନ୍ତୁ ଡେଭିଡ୍ ୱାର୍ଣ୍ଣରଙ୍କ ସହିତ କେତେକ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଆସିଛି। ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇ ଆସିଥିବା ଆରୋନ୍‌ ଫିଞ୍ଚ୍ ଗତ ସପ୍ତାହରେ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ଖରାପ ଫର୍ମ କାରଣରୁ ସେ ଦିନିକିଆ ଫର୍ମାଟ ଛାଡ଼ିଥିବାରୁ ଟ୍ୱେଣ୍ଟି-୨୦ରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଫ୍ୟାନ୍‌ ଦେବାକୁ ଚାହିଁବେ।

ଅଷ୍ଟ୍ରେଲିଆ ସହ ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବାବେଳେ ନାଗପୁରରେ ୨୩ ସେପଟେମ୍ବରରେ ଦ୍ୱିତୀୟ ଓ ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିୟମରେ ତୃତୀୟ ମ୍ୟାଚ ଖେଳାଯିବ।  T-୨୦ ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ।