ଡିସେମ୍ବର ପାଇଁ ଗାଇଡଲାଇନ ଜାରି : ଜାଣନ୍ତୁ କଣ ହେଲା କଟକଣାମୁକ୍ତ

ଡିସେମ୍ବର ପାଇଁ ଗାଇଡଲାଇନ ଜାରି : ଜାଣନ୍ତୁ କଣ ହେଲା କଟକଣାମୁକ୍ତ

ଡିସେମ୍ବର ପାଇଁ ଗାଇଡଲାଇନ ଜାରି : ଜାଣନ୍ତୁ କଣ ହେଲା କଟକଣାମୁକ୍ତ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ ଜାରି କରାଯାଇଛି । ନୂତନ ଗାଇଡ ଲାଇନରେ ସରକାରଙ୍କ ପକ୍ଷରୁ ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରିବେ । ବାହାଘର ପାଇଁ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି । ବାଣିଜ୍ୟିକ ପ୍ରଦର୍ଶନୀ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ତୋଷାଳି ଏବଂ ଶିଶିର ସରସକୁ ବନ୍ଦ ରଖାଯାଇଛି । କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବା ନେଇ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । ତେବେ ସ୍କୁଲ କଲେଜ ଖୋଲିବା ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ । ଯେ କୌଣସି ସାମାଜିକ ଅଥବା ଧାର୍ମିକ କାର୍ଯ୍ୟରେ ଗହଳି କରିବାକୁ ବାରଣ କରାଯାଇଥିବା ବେଳେ ମାସ୍କ ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି ।