ତେଲେଙ୍ଗାନାରୁ ୩୩ ଦାଦନ ଶ୍ରମିକ ଉଦ୍ଧାର,ଏବେବି ଦୁଇ ଅଟକ ।

ତେଲେଙ୍ଗାନାରୁ ୩୩ ଦାଦନ ଶ୍ରମିକ ଉଦ୍ଧାର,ଏବେବି ଦୁଇ ଅଟକ ।

ତେଲେଙ୍ଗାନାରୁ ୩୩ ଦାଦନ ଶ୍ରମିକ ଉଦ୍ଧାର,ଏବେବି ଦୁଇ ଅଟକ ।
ତେଲେଙ୍ଗାନାରୁ ୩୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶା ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଉଦ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ଲେବର କମିଶନରୁ ଏକ ଟିମ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳ ରୁ ତେଲେଙ୍ଗାନାର ଏକ ଇଟା ଭାଟି କୁ ଦାଦନ ଖଟିବାକୁ ଯାଇ ସେଠାରେ ଫସି ରହିଥିଲେ । ସେମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ଦେଇ ସେମାନେ ଭିଠିଓ ରିଲିଜ କରି ଜଣାଇଥିଲେ । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗ୍ରାମର ୩୫ ଜଣ ଶ୍ରମିକ କାମ କରିବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା କାମ କରିବା ପରେ ଠିକାଦାର ନିର୍ଯାତନା ଆରମ୍ଭ କରିଥିଲା । ତେଣୁ ଶ୍ରମିକମାନ ଭିଡିଓ କରି ପଠାଇ ଓଡ଼ିଶା ସରକାରଙ୍କୁ ସେମାନଙ୍କ ଦୁର୍ଦଶା ସମ୍ପର୍କରେ ଜଣାଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ ।