ଦଳୀୟ କାର୍ଯ୍ୟାଳୟ ଉଦଘାଟନ କଲେ ଅପରାଜିତା

ଦଳୀୟ କାର୍ଯ୍ୟାଳୟ ଉଦଘାଟନ କଲେ ଅପରାଜିତା

ଦଳୀୟ କାର୍ଯ୍ୟାଳୟ ଉଦଘାଟନ କଲେ ଅପରାଜିତା
ବେଗୁନିଆ : ଗଡ଼ମାଣତୀର ଗ୍ରାମ ପଂଚାୟତରେ ବିଜେପି କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଗାମୀ ଦିନରେ ସେ ଏଠାରେ ଜନଶୁଣାଣୀ କରିବେ ବୋଲି ଘୋଷଣା କରିବା ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ବିଜୁଳି, ବିଜେପି ନେତା ଋଷଭ ନନ୍ଦ, ଲୋତକ ବିନ୍ଦୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପଂଚାୟତ ସଭାପତି ଲଳିତ ମୋହନ ହରିଚନ୍ଦନଙ୍କ ବାସଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାମଚଣ୍ଡୀ ପ୍ରସାଦ ରଣସିଂହ ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଆଗଧାଡ଼ିର ନେତା ଈନ୍ଦ୍ରମଣି ରଣସିଂହ, ଭାସ୍କର ସୁନ୍ଦରାୟ, ପ୍ରତାପ କୁମାର ରାଉତରାୟ, ପ୍ରମୋଦ କୁମାର ରାଉତରାୟ, ମନୋରଂଜନ ବିଶ୍ୱାଳ, ବସନ୍ତ ପ୍ରଧାନ, ସୁଦର୍ଶନ ଛୁଆଳସିଂହ, ରବୀନ୍ଦ୍ର ଗୁମାନସିଂହ, ରବୀନ୍ଦ୍ର ସୁନ୍ଦରାୟ, ପ୍ରଫୁଲ୍ଲ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।