ଦେଶରେ ବିଗୁଡୁଛି କରୋନା ସ୍ଥିତି : ନୀତି ଆୟୋଗ

ଦେଶରେ ବିଗୁଡୁଛି କରୋନା ସ୍ଥିତି : ନୀତି ଆୟୋଗ

ଦେଶରେ ବିଗୁଡୁଛି କରୋନା ସ୍ଥିତି : ନୀତି ଆୟୋଗ
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଛତୁ ଫୁଟିଲା ପରି ବଢିଚାଲିଛି । ଏବେ ପ୍ରତିଦିନ କରୋନା ସଂଖ୍ୟା ଦେଶରେ ପ୍ରତିଦିନ ୫୦ ହଜାରରୁ ଉଦ୍ଧ୍ୱର୍ ରହୁଛି । ମହାରାଷ୍ଟ୍ରରେ ଅନେକ ଜିଲ୍ଲାରେ ନାଇଟ କର୍ଫୁ୍ୟ ଲାଗି ସହିତ କିଛି କିଛି ସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି । ପଞ୍ଜାବରେ ମଧ୍ୟ ଅନୁରୂପ ସେହିପରି ସମାନ ସମସ୍ୟା ଲାଗି ରହିଛି । ଦେଶରେ କରୋନା ସ୍ଥିତି ବିଗୁଡୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ନୀତି ଆୟୋଗର ସଦସ୍ୟ ଡକ୍ଟର ଭିକେ ପଲ କହିଛନ୍ତି ଯେ , ଦେଶରେ କରୋନା ସ୍ଥିତି ଖରାପ ହେବାରେ ଲାଗିଛି , କରୋନା ଯୋଗୁଁ ପୁରା ଦେଶ ପ୍ରତି ବିପଦ ରହିଛି । ସଂକ୍ରମଣକୁ ରୋକିବା ଓ ଜୀବନ ବଂଚାଇବା ଗୁରୁତ୍ୱ ରହିବା ଆବଶ୍ୟକ ବୋଲି କହିଛନ୍ତି ।