ଦ୍ୱିତୀୟ ପ୍ଲେ ଅଫ ବର୍ଥ ମୁକାବିଲାରେ ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ଦ୍ୱିତୀୟ ପ୍ଲେ ଅଫ ବର୍ଥ ମୁକାବିଲାରେ ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ଦ୍ୱିତୀୟ ପ୍ଲେ ଅଫ ବର୍ଥ ମୁକାବିଲାରେ ଦିଲ୍ଲୀର ବୋଲିଂ ନିଷ୍ପତ୍ତି
ଆବୁଧାବି : ଆଇପିଏଲର ମ୍ୟାଚ ନମ୍ବର ୫୫ରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟାର ଟସ ଜିତି ବୋଲିଯଂ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦଳ ସମାନ ୧୪ ପଏଣ୍ଟ ସହିତ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବାରୁ ଯେଉଁ ଦଳ ଜିତିବ ପ୍ଲେ ଅଫ ଯୋଗ୍ୟତା ଅର୍ଜନ କରିବ । ଏହି ମ୍ୟାଚ ପାଇଁ ଦିଲ୍ଲୀ ଦଳରେ ୩ଟି ପରିବର୍ତ୍ତନ କରାଯାଇଥିବା ବେଳେ ଆରସିବି ଦୁଇଟି ପରିବର୍ତ୍ତନ କରିଛି । ଦିଲ୍ଳୀ ଦଳରେ ଆଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ ଏବଂ ଡାନିଏଲ ସାମ୍ସଙ୍କୁ ସାମିଲ କରାଯାଇଛି । ସେହିପରି ଆହତ ନବଦୀପ ସାଇନିଙ୍କ ସ୍ଥାନରେ ଶାହବାଜ ଅହମ୍ମଦ ଏବଂ ଗୁରକୀରାତ ମାନଙ୍କ ସ୍ଥାନରେ ଶିବମ ଦୁବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।