କାବୁଲ ବିଶ୍ୱ ବିଦ୍ୟାଳୟ ଗୁଳିକାଣ୍ଡ : ୧୯ ମୃତ, ୨୨ ଆହତ

କାବୁଲ ବିଶ୍ୱ ବିଦ୍ୟାଳୟ ଗୁଳିକାଣ୍ଡ : ୧୯ ମୃତ, ୨୨ ଆହତ

କାବୁଲ ବିଶ୍ୱ ବିଦ୍ୟାଳୟ ଗୁଳିକାଣ୍ଡ : ୧୯ ମୃତ, ୨୨ ଆହତ
କାବୁଲ : ଆଫଗାନିସ୍ତାନର କାବୁଲ ବିଶ୍ୱ ବିଦ୍ୟାଳୟରେ ବନ୍ଧୁକଧାରୀ ଆତତାୟୀଙ୍କ ଆକ୍ରମଣରେ ୧୯ ଜଣ ନିହତ ହୋଇଥିବା ବେଳେ ୨୨ ଜଣରୁ ଅଧିକ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସର୍ବବୃହତ ବିଶ୍ୱ ବିଦ୍ୟାଳୟ କାବୁଲ ବିଶ୍ୱ ବିଦ୍ୟାଳୟରେ ଏକ ପୁସ୍ତକମେଳା ଅନୁଷ୍ଠିତ ହେଉଥିବା ବେଳେ ଏହି ଆକ୍ରମଣ ଘଟିଛି । ଏହି ଆକ୍ରମଣ ସମୟରେ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପ୍ରାୟ ୧୭ ହଜାର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପୁସ୍ତକ ମେଳାରେ ଇରାନର ରାଷ୍ଟ୍ରଦୂତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ତେବେ ରାଷ୍ଟ୍ରଦୂତଙ୍କ ସମ୍ପର୍କରେ ଉଭୟ ଆଫଗାନିସ୍ତାନ ଏବଂ ଇରାନର ଅଧିକାରୀ ମାନେ ନୀରବତା ଅବଲମ୍ବନ କରିଛନ୍ତି । ସେନା ପକ୍ଷରୁ ପ୍ରାୟ ୫ ଘଣ୍ଟାର ଅପରେସନ ପରେ ସମସ୍ତ ଆତଙ୍କୀଙ୍କୁ ନିପାତ କରାଯାଇଛି । ତାଲିବାନ ଏହି ଆକ୍ରମଣରେ ସମ୍ପୃକ୍ତ ନଥିବା ନେଇ ବିବୃତି ଦେଇଥିବା ବେଳେ ଆଇଏସ ଉପରକୁ ସମସ୍ତଙ୍କ ସନେ୍ଦହ ଯାଇଛି । ୟୁଏସ-ତାଲିବାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ବିଫଳ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ଇରାନ ରାଷ୍ଟ୍ରଦୂତ ବାହାଦୂର ଆମିନିଆନ ଏବଂ ମୋଜତାବା ନୋରୋଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ବିଗତ ମାସରେ ଆଇଏସ ପକ୍ଷରୁ ଏକ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା ଯେଉଁଥିରେ ୨୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ ।