ଆଇଏସଏଲ ଫୁଟବଲ : ମୁମ୍ବାଇ ସିଟି ୩-ଏଫସି ଗୋଆ ୩

ଆଇଏସଏଲ ଫୁଟବଲ : ମୁମ୍ବାଇ ସିଟି ୩-ଏଫସି ଗୋଆ ୩

ଆଇଏସଏଲ ଫୁଟବଲ : ମୁମ୍ବାଇ ସିଟି ୩-ଏଫସି ଗୋଆ ୩
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ମୁମ୍ବାଇ ସିଟି ଏଫସି ଓ ଏଫସି ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅମୀମାଂସିତ ଭାବେ ଶେଷ ହୋଇଛି । ଏହି ସଂଘର୍ଷ ମୂଳକ ମ୍ୟାଚରେ ଉଭୟ ଦଳ ୩ ଲେଖାଏଁ ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ମୁମ୍ବାଇ ସିଟି ପକ୍ଷରୁ ହୁ ଗୋ ବୌମୌସ (୨୦ ମିନିଟ) ଆଦମ ଲି ଫୋଣ୍ଡରେ (୨୬ ମିନିଟ) ଓ ରୋଲିନ ବର୍ଗେସ (୯୦ମିନିଟ) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ସେହିଭଳି ଗୋଆ ପକ୍ଷରୁ ଗାଲ ମାର୍ଟିନ୍ସ (୪୫ ମିନିଟ), ଇଗୋର ଆଙ୍ଗୁଲୋ (୫୧ ମିନିଟ) ଓ ଈଶାନ ପଣ୍ଡିତ (୯୦+୬ ମିନିଟ) ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଏହି ଅମୀମାଂସିତ ମ୍ୟାଚରୁ ମୁମ୍ବାଇ ସିଟି (୩୪ ପଏଣ୍ଟ) ଗୋଟିଏ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଥିଲା ବେଳେ ଗୋଆ (୨୩ ପଏଣ୍ଟ) ପଞ୍ଚମରୁ ତୃତୀୟକୁ ଉଠିଛି ।