ଧଳା କେଶ ହେବ କଳା, ଏମିତି କରନ୍ତୁ
ଧଳା କେଶ ହେବ କଳା, ଏମିତି କରନ୍ତୁ
ଭୁବନେଶ୍ୱର: ସୁନ୍ଦର ଦେଖାଯିବା ସମସ୍ତଙ୍କର ପସନ୍ଦ । ସୌନ୍ଦର୍ଯ୍ୟ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ କେଶ । କେଶ ପାଇଁ ନାରୀ ହୁଅନ୍ତୁ କି ପୁରୁଷ ସମସ୍ତେ ସର୍ବଦା ଚିନ୍ତିତ ଥାଆନ୍ତି । ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟାକୁ ନେଇ ଚିନ୍ତିତ । କମ ବୟସରେ କେଶ ଧଳା ହୋଇ ଝଡିବା ଏକ ମୁଖ୍ୟ ସମସ୍ୟା । ଆଧୁନିକ ଜୀବନଶୈଳୀ ସହ କେମିକାଲରେ ନିର୍ମିତ ସାମ୍ପୁ, କଣ୍ଡିଶନର, ତେଲ ଆଦି ବ୍ୟବହାର ଏହାର ମୁଖ୍ୟ କାରଣ । ତେବେ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ପ୍ରାକୃତିକ ଉପାୟରେ ଏକ ପତ୍ରର ଗୁଣ୍ଡରେ ଏହି ସମସ୍ୟା ଦୂର ହୋଇପାରିବ ।
ପିଜୁଳି ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଏହା କେଶ ଝଡିବା ତଥା କେଶ ପାଚିବା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।
ବ୍ୟବହାର ବିଧି:
ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ । ଏବେ ସେଥିରେ ୨ କିମ୍ବା ତିନି ବୁନ୍ଦା ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହାର ୨୦ ମିନିଟ ପରେ କେଶକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ । ୩ ସପ୍ତାହ ଏପରି କରିବା ଦ୍ୱାରା କେଶ କଳା ହେବା ସହ ଧଳା ହୋଇଯାଇଥିବା କେଶ ମଧ୍ୟ କଳା ହୋଇଯାଏ ।




admin 