ନିଯୁକ୍ତି ପାଇଁ କ୍ୟାବିନେଟ କମିଟି

ନିଯୁକ୍ତି ପାଇଁ କ୍ୟାବିନେଟ କମିଟି

ନିଯୁକ୍ତି ପାଇଁ କ୍ୟାବିନେଟ କମିଟି
ନୂଆଦିଲ୍ଲୀ: ଆର୍ଥିକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ପାଇଁ ୨ଟି କ୍ୟାବିନେଟ କମିଟି ଗଠନ ହୋଇଛି । ନିଜ ଅଧ୍ୟକ୍ଷତାରେ ୨ଟି କ୍ୟାବିନେଟ କମିଟ ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ଜଣିଆ ଅଭିବୃଦ୍ଧି କ୍ୟାବିନେଟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସିୀତାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ରହିଛନ୍ତି। ସେହିପରି ନିଯୁକ୍ତି ଓ ଦକ୍ଷତା ପାଇଁ ୧୦ ଜଣିଆ କମିଟି ଗଠନ ହୋଇଛି । ଏହି କମିଟିରେ ଶାହ, ସୀତାରମଣ, ଗୋଏଲ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ହାଉସିଂ ଓ ସହର ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରହିଛନ୍ତି। ସେହିପରି ଦେଶରେ ବେକାରୀ ସମସ୍ୟା ଗତ ୫ ବର୍ଷ ମଧ୍ୟରେ ୪୫ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ନିଜ ଅଧ୍ୟକ୍ଷରେ ଏହି ଦୁଇ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି।