ପୁଣି ଇଡିରେ ରାହୁଲ, ବାହାରେ ବିକ୍ଷୋଭ ଜାରି

ପୁଣି ଇଡିରେ ରାହୁଲ, ବାହାରେ ବିକ୍ଷୋଭ ଜାରି

ପୁଣି ଇଡିରେ ରାହୁଲ, ବାହାରେ ବିକ୍ଷୋଭ ଜାରି

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରୁଛି। ଅନ୍ୟପଟେ ଏ ପ୍ରସଙ୍ଗ ନେଇ ରାଜନୀତି ପୂରା ଉଠୁଛିପଡୁଛି। କଂଗ୍ରେସ ପକ୍ଷରୁ ଆଜି ବି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଜୋରଦାର ବିକ୍ଷୋଭ କରାଯାଇଛି। ବଡ଼ ବଡ଼ ନେତାଙ୍କୁ ପୁଲିସ ଥାନାରେ ଅଟକ ରଖିଛି।


ସୋମବାର ରାହୁଲ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ତାଙ୍କୁ ଦୁଇ ଦଫାରେ ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ଇଡି। ଆଜି ପୁଣି ତାଙ୍କୁ ଇଡି ଡକାଇଥିଲା। ଆଜି ମଧ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଅବରୋଧ କରିଛନ୍ତି। ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କୁ ମଧ୍ୟ ପୁଲିସ ବିକ୍ଷୋଭ ପ୍ରଦର୍ଶନ ସ୍ଥଳରୁ ଉଠାଇ ନେଇଛି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ଇଡି ଅଫିସ୍‌ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ୍‌, ସିଆର୍‌ପିଏଫ୍‌ ପୁଲିସ୍‌ ମୁତୟନ ହୋଇଥିବା ସୂଚନା ରହିଛି। ଦିଲ୍ଲୀ ଅକବର ରୋଡ୍‌ରେ ୧୪୪ ଧାରା ଲାଗୁ କରାଯାଇଛି।