ଭାରତରେ ଆତଙ୍କବାଦୀ : ଗୁଜୁରାଟରେ ହାଇଆଲର୍ଟ
ଭାରତରେ ଆତଙ୍କବାଦୀ : ଗୁଜୁରାଟରେ ହାଇଆଲର୍ଟ
admin
Aug 30, 2019 - 04:58
Updated: Aug 30, 2019 - 04:58
ଅହମ୍ମଦାବାଦ : ଜଳପଥ ଦେଇ ଆତଙ୍କବାଦୀମାନେ ଭାରତ ଭିତରକୁ ପଶି ଆସିଛନ୍ତି । ଗୁଜୁରାଟର କଚ୍ଛ ଜିଲ୍ଲାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିଛନ୍ତି । ସେମାନଙ୍କ ଟାର୍ଗେଟରେ ଗୁଜୁରାଟର କାଣ୍ଡଲା ଓ ମୁଦ୍ରା ବନ୍ଦର ରହିଛି । ସେହିପରି ଲସ୍କର ଟାର୍ଗେଟରେ ବି ବାରାଣସୀ ଓ ଅଯୋଧ୍ୟା ରହିଛି । ଏନେଇ ଗୁଜୁରାଟ ସମେତ କେତେକ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଜାହାଜଗୁଡ଼ିକୁ ସତର୍କ ରହିବାକୁ ବି ନିଦେ୍ର୍ଧଶ ଦିଆଯାଇଛି ।
ପାକିସ୍ତାନର ତାଲିମପ୍ରାପ୍ତ କମାଣ୍ଡୋମାନେ ଗୁଜରାଟର କଚ୍ଛ ଦେଇ ଭାରତରେ ପଶି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି କମାଣ୍ଡୋମାନେ କଚ୍ଛ ଅଞ୍ଚଳକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି । ସମୁଦ୍ର ପଥ ଦେଇ ପାକ୍ କମାଣ୍ଡୋମାନେ ଆକ୍ରମଣ କରିବା ଆଶଙ୍କା ଥିବାରୁ ମୁନ୍ଦ୍ରାର କନ୍ଦଲା ଏବଂ ଅଦାନି ବନ୍ଦର ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସୂଚନା ଅନୁଯାୟୀ ‘ହରାମି ନଳା ଅଂଚଳରେ ବିଏସଏଫକୁ ଦୁଇଟି ପରିତ୍ୟକ୍ତ ପାକିସ୍ତାନୀ ବୋଟ୍ ମିଳିଛି । ଏ ନେଇ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଏସଏଫ ମୁଖପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ ପାକିସ୍ତାନୀ କମାଣ୍ଡୋମାନେ ଜଳପଥ ଦେଇ ଭାରତରେ ଆକ୍ରମଣ କରିବା ପାଇଁ ତାଲିମ ନେଇଛନ୍ତି । ଗୁଇନ୍ଦା ସୂଚନା ପାଇବା ପରେ କଚ୍ଚର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ପାଇଁ ଗୁଜରାଟର ପୁଲିସ ଡିଜି ନିଦେ୍ର୍ଧଶ ଦେଇଛନ୍ତି । ପାକ୍ କମାଣ୍ଡେମାନେ ଆତଙ୍କବାଦୀ ଆକ୍ରମଣ କିମ୍ବା ସାମ୍ପ୍ରଦାୟିକ ହିଂସା ଘଟାଇପାରନ୍ତି ବୋଲି ସୂଚନା ମିଳିଛି । ସମସ୍ତ ଜାହାଜଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟ ପକ୍ଷେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ ମଧ୍ୟ ସମୁଦ୍ର ପଥ ଦେଇ ଆକ୍ରମଣ ପାଇଁ ଏବେ ତାଲିମ ନେଉଥିବା ଜଣାପଡ଼ିଛି । କିନ୍ତୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି ।