ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ

ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ

ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱକୁ ନେଇ ଦୁଇ ଦିନିଆ ଋଷ ଗସ୍ତରେ ଆଜି ଯାଇଛନ୍ତି । ସେଠାରେ ଶ୍ରୀ ପ୍ରଧାନ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଉର୍ଜ୍ଜା କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବେ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ସହ ବିଂଶତମ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତାହା ପୂର୍ବରୁ ଶ୍ରୀ ପ୍ରଧାନ ଋଷ ମନ୍ତ୍ରୀଙ୍କ ଆଲୋଚନା ବେଶ୍ ଗୁରୁତ୍ୱ ବହନ କରୁଛି । ଶ୍ରୀ ପ୍ରଧାନଙ୍କ ଗସ୍ତ ସମୟରେ ଭାରତ ଓ ଋଷ ମଧ୍ୟରେ ତୈଳ, ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ । ଭାରତର ଇସ୍ପାତ କ୍ଷେତ୍ରରେ କଞ୍ଚାମାଲ ଯୋଗାଣକୁ ସୁରକ୍ଷିତ କରିବା ପାଇଁ ସବୁ ଅଂଶୀଦାରଙ୍କ ସହ ସଂଯୋଗ ସ୍ଥାପନ ଉପରେ ଭାରତ ଗୁରୁତ୍ୱ ଦେଉଛି । ଏହି ଅବସରରେ ଶ୍ରୀ ପ୍ରଧାନ ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।