ଆସାମ ଏନଆରସି ତାଲିକା ପ୍ରକାଶ

ଆସାମ ଏନଆରସି ତାଲିକା ପ୍ରକାଶ

ଆସାମ ଏନଆରସି ତାଲିକା ପ୍ରକାଶ
ଭୁବନେଶ୍ୱର : ଆସାମରେ ଏନଆରସି ତାଲିକା ପ୍ରକାଶ ପାଇଛି । ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କ ନାମ ରହିଛି । ସେମାନେ ହିଁ ଭାରତରେ ଆଇନଗତ ଭାବେ ନାଗରିକର ଅଧିକାର ପାଇବେ । ତେବେ ୧୯ ଲକ୍ଷ ଲୋକଙ୍କୁ ତାଲିକାରୁ ବାଦ ଦିଆଯାଇଛି । ସେମାନଙ୍କୁ ଏବେ ବିଦେଶୀ ଭାବେ ବିବେଚନା କରିବ । ଅର୍ଥାତ ଭାରତର ନାଗରିକ ଭାବେ ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳିବ ନାହିଁ । ତେବେ ଚୂଡ଼ାନ୍ତ ତାଲିକାରେ ଯେଉଁମାନଙ୍କ ନାମ ନଥିବ ସେମାନେ ପୁଣି ଥରେ ଫରେନର ଟ୍ରିବୁ୍ୟନାଲରେ ଅପିଲ କରିପାରିବେ । ଆସାମରେ ଏନଆରସି ପ୍ରକାଶ ପାଇବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସାମର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ବହୁ ପରିମାଣର ସଶସ୍ତ୍ର ଫୋର୍ସ ଏବେ ପଇଁତରା ମାରୁଛନ୍ତି ।