ପୂଜା ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର

ପୂଜା ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର

ପୂଜା ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଚଳିତ ଥର ପୂଜା ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍‌ ଜାରି ହୋଇଛି । ଏହି ସମସ୍ତ ପୂଜା ପାଇଁ ଜିଲ୍ଲାମାନଙ୍କର ଜିଲ୍ଲାପାଳ, ଟ୍ବିନିସିଟିରେ ପୋଲିସ୍‌ କମିଶନରଙ୍କ ଅନୁମତି ଆବଶ୍ୟକ ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ରହିଛି । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯିବ । ଚଳିତ ପୂଜାରେ ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ଦିଆଯାଇଛି । ସେହିପରି ପୂଜା ମଣ୍ଡପ ତିନି ପାର୍ଶ୍ବରୁ ସମ୍ପୂର୍ଣ୍ଣ ବନ୍ଦ ରହିବ ଚତୁର୍ଥ ପାର୍ଶ୍ବ ଆଂଶିକ ବନ୍ଦ ରହିବ । ସାଧାରଣ ଲୋକ ଯେମିତି ପ୍ରତିମା ଦେଖି ପାରିବେନି ସେପରି ଭାବରେ ବନ୍ଦ ରହିବ । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ସେହିପରି ମଣ୍ଡପରେ ମୂର୍ତ୍ତିଗୁଡିକର ଉଚ୍ଚତା ୪ ଫୁଟରୁ କମ୍‌ ରହିବ । ସେହିପରି ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ଜଣରୁ ଅଧିକ ରହିବେନି ବୋଲି ସୂଚନା ରହିଛି । ସେହିପରି ମଣ୍ଡପରେ ଉପସ୍ଥିତ ସମେସ୍ତ ସାମାଜିକ ଦୂରତ୍ବ, ମାସ୍କ ଆଦି ମାନିବାକୁ ବାଧ୍ୟ କରାଯାଇଛି । ଚଳିତ ଥର ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ।