୨୯ରୁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା

୨୯ରୁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା

୨୯ରୁ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ୨୯ ରୁ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜ ଗୁଡ଼ିକର ଯୁକ୍ତ ୩ ପରୀକ୍ଷା ଆରମ୍ଭ ହେବ । ୨୦୧୭ ରେଗୁଲାର ଓ ୨୦୧୬ ବ୍ୟାକରେ ଯୁକ୍ତ ତିନି କଳା, ବିଜ୍ଞାନ ବାଣିଜ୍ୟର ଉଭୟ ପାସ ଓ ସମ୍ମାନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ଅକ୍ଟୋବର ୩ ତାରିଖରେ ସରିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ.ଶରଦ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି । ଓଏମଆର ସିଟରେ ଲିଖିତ ପରୀକ୍ଷା ହେବ । ଅବଜେକ୍ଟିଭ ପ୍ରଶ୍ନ ପଡ଼ିବ । ମାତ୍ର ୪ଟି ବିକଳ୍ପ ଦିଆଯିବ । ପ୍ରତ୍ୟେକ ପ୍ରଶ୍ନ ୨ ମାର୍କ ବିଶିଷ୍ଟ ହେବ । ଭୁଲ ଉତ୍ତର ପାଇଁ କୌଣସି ନେଗେଟିଭ ମାର୍କିଂ ନାହିଁ । ପ୍ରାକ୍ଟିକାଲ ପରୀକ୍ଷା କଲେଜ ଗୁଡ଼ିକ ଆସନ୍ତା ୨୨ ରୁ ୨୬ ତାରିଖ ମଧ୍ୟରେ ଅନଲାଇନରେ କରିବେ । ୨୭ ତାରିଖ ସୁଦ୍ଧା ଉକ୍ରଳ ବିଶ୍ୱ ବିଦ୍ୟାଳୟ ୱେବସାଇଟରେ ମାର୍କ ଅପଲୋଡ କରିବେ । ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କ ଅନଲାଇନ ସୁବିଧା ନଥିବ, ସେମାନେ କଲେଜକୁ ଆସି ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ । ପ୍ରାକ୍ଟିକାଲ ପରୀକ୍ଷା କଲେଜର ଇଣ୍ଟରନାଲ ପରୀକ୍ଷକମାନେ କରିବେ । ଯେଉଁ କଲେଜଗୁଡ଼ିକ ଏ ପର୍ୟ୍ୟନ୍ତ ଇଣ୍ଟରନାଲ ପରୀକ୍ଷା କରିନାହାନ୍ତି, ସେମାନେ ଆସନ୍ତା ୨୦ ତାରିଖ ସୁଦ୍ଧା ଅନଲାଇନରେ କରି ମାର୍କ ଅପଲୋଡ଼ କରିବାକୁ ପରୀକ୍ଷା ନିୟନ୍ତ୍ରକ ନିଦେ୍ର୍ଧଶ ଦେଇଛନ୍ତି ।