ଶୋକ ପ୍ରକାଶ କଲେ ନବୀନ

ଶୋକ ପ୍ରକାଶ କଲେ ନବୀନ

ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଦିଲ୍ଲୀପଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଓଡ଼ିଆ ଖବରକାଗଜ ‘ସମ୍ବାଦ’ରୁ ନିଜ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିବା ସ୍ୱର୍ଗତ ଶତପଥୀ ୧୯୯୩ରେ ବିଜନେସ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ । ରକ୍ତ କର୍କଟରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ରବିବାର ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୩ଦଶନ୍ଧି ଧରି ସେ ସାମ୍ବାଦିକତାରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ । ସାମ୍ବାଦିକତା ଶିକ୍ଷା ପ୍ରଦାନ କରୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେ ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଲୋକପ୍ରିୟତା ହାସଲ କରିଥିଲେ । ଏଥିସହ ବିଜନେସ ରିପୋର୍ଟିଂରେ ଓଡ଼ିଶାରେ ଜଣେ ଆଗଧାଡ଼ିର ସାମ୍ବାଦିକଭାବେ ମାନ୍ୟତା ହାସଲ କରିଥିଲେ । ବିଭିନ୍ନ ଖବରକାଗଜରେ ନିୟମିତ ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ସମ୍ପର୍କିତ ସ୍ତମ୍ଭ ଲେଖିବା ସହ ଟେଲିଭିଜନରେ ମଧ୍ୟ ଜଣେ ଆଲୋଚକଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।