ବଜାରରେ ନୂଆ ପ୍ରିଣ୍ଟର ପୋଷାକ

ବଜାରରେ ନୂଆ ପ୍ରିଣ୍ଟର ପୋଷାକ

ବଜାରରେ ନୂଆ ପ୍ରିଣ୍ଟର ପୋଷାକ

ରଙ୍ଗିନ୍ ପୋଷାକ ପିନ୍ଧି ଷ୍ଟାଇଲ କରିବାକୁ ଯୁବପିଢ଼ି ସବୁଠୁ ଅଧିକ ପସନ୍ଦ କରନ୍ତି । ଫେସନ ଜଗତରେ ପ୍ରତିମୁହୁର୍ତ୍ତ ନୂଆନୂଆ ପୋଷାକ ତିଆରି କରାଯାଇ ବଜାରକୁ ଛଡ଼ାଯାଉଛି । କିଛି ବର୍ଷ ତଳେ ପ୍ରଥମେ ଲଣ୍ଡନ ବଜାରରେ କେରଚେଫ୍ ପ୍ରିଣ୍ଟ ପୋଷାକ ବିକି୍ର ଆରମ୍ଭ ହେଲା । କେତେଜଣ ଡ଼ିଜାଇନର ଏହି ପ୍ରିଣ୍ଟକୁ ବାନ୍ଦନା ପ୍ରିଣ୍ଟ ମଧ୍ୟ କହିଲେ । ବାନ୍ଦନା ପ୍ରିଣ୍ଟ ହେଉଛି ସାର୍ଟ, ପ୍ୟାଣ୍ଟରେ କିଛି ଲେଖାଯାଇ ଷ୍ଟାଇଲ କରାଯାଇଥାଏ ।

ବିଶେଷ କରି ଛୋଟ ପିଲା ଓ ଯୁବବର୍ଗ ଏମିତି ଡ଼ିଜାଇନ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ସମୟକ୍ରମେ ଏହି ପ୍ରିଣ୍ଟ ପୋଷାକ ଆଦର କମିଲା । ଏବେ କାର୍ଯ୍ୟକ୍ରମରେ ଅଭିନେତା ବିକି କୌଶଲ ବାନ୍ଦନା ପ୍ରିଣ୍ଟ ପ୍ୟାଣ୍ଟ ପିନ୍ଧି ଯୋଗ ଦେଇଥିଲେ । ତା’ ପରଠାରୁ ଅନ୍-ଲାଇନରେ ଏହି ପୋଷାକ ଚାହିଦା ବଢ଼ିବାରେ ଲାଗିଛି ।