ବଦଳିଲେ ୨୩ ତହସିଲଦାର
ବଦଳିଲେ ୨୩ ତହସିଲଦାର
admin
Oct 24, 2019 - 11:06
Updated: Oct 24, 2019 - 11:06
ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ (ଓଏଏସ)ସ୍ତରରେ ଅଦଳ ବଦଳ । ୨୯ ଜଣ ଅଫିସରଙ୍କୁୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିରୁ ୨୩ ଜଣ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ବେଳେ ୨ ଜଣ ତହସିଲଦାରଙ୍କ ବଦଳି ନିଦେ୍ର୍ଧଶକୁ ବାତିଲ କରାଯାଇ ପୁରୁଣା ଦାୟିତ୍ୱ ଦିଆଯାଇଛି ।
ଓଏଏସ୍ ନେଇ ଆଜି ରାଜସ୍ୱ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ତହସିଲଦାର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି । କ୍ଷୀତିଶ ବେହେରାଙ୍କୁ ତମପଡ଼ା ତହସିଲଦାର ନିଯୁକ୍ତି କରାଯାଇଛି । ସେହିପରି ଇନ୍ଦିରା ସାହୁଙ୍କୁ ବନ୍ତ, ସୁନୀଲ କୁମାର ମେହେରାଙ୍କୁ ରେଙ୍ଗାଳି, ଅମୀୟ ରାଉତଙ୍କୁ ଯାଜପୁର, ସଂଜୟ ରାଉତଙ୍କୁ କାମାକ୍ଷା, ଭିକାରୀ ସାହୁଙ୍କ ନୟାଗଡ଼, ଆଶିଷ ମହାପାତ୍ରଙ୍କୁ କେନ୍ଦୁଝର, କନକ କୁମାର ନାୟକଙ୍କୁ ଘଟଗାଁ, ଅରୁଣ ଖଣ୍ଡଙ୍କୁ କୋରାପୁଟ, ବିଚିତ୍ରାନନ୍ଦ ନାୟକଙ୍କୁ ଜି.ଉଦୟଗିରି ନେହରୁ ମାଝିଙ୍କୁ ଅନୁଗୁଳ, ସୁକାନ୍ତ ନାୟକଙ୍କୁ ନାକଟିଦେଉଳ ଓ କିଶୋର କୁମାର ପଣ୍ଡାଙ୍କୁ ବ୍ରହ୍ମଗିରି ତହସିଲଦାର ଭାବେ ବଦଳି କରାଯାଇଛି । ଜ୍ୟୋତ୍ସ୍ନାରାଣୀ ସାହୁ ରଣପୁର ତହସିଲଦାର ଭାବେ ବଦଳି ହୋଇଥିବାବେଳେ ସୁଶାନ୍ତ କୁମାର ପତିଙ୍କୁ ଲଖନପୁର, ନମ୍ରତା ମୋଦିଙ୍କୁ ଦାନଗଦୀ, ବୁଲବୁଲ ବେହେରାଙ୍କୁ ସୁକିନ୍ଦା, ରାଜକିଶୋର ଜେନାଙ୍କୁ କନିଷି, ନରେନ୍ଦ୍ର ଖମାରୀଙ୍କୁ ଭଦ୍ରକ, ପ୍ରତାପ ସାହୁଙ୍କୁ ବାଲିଅନ୍ତା, ପଦ୍ମଜା ଦାସଙ୍କୁ ବାଲିପାଟଣା, ଅରୁଣା ତି୍ରପାଠୀଙ୍କୁ ବାଲିଆପାଳ ଓ ସନତ କୁମାର ନାଏକଙ୍କୁ ରାଉରକେଲା ତହସିଲଦାର ନିଯୁକ୍ତି କରାଯାଇଛି । ନିକଟରେ ଜାରି ହୋଇଥିବା ବଦଳି ନିଦେ୍ର୍ଧଶକୁ ବାତିଲ କରି ଲଲାଟେନ୍ଦୁ ସିଙ୍କୁ ପୁଣି ଥରେ ବୌଦ୍ଧ ଓ ବନ୍ଦନା ଖଟୁଆଙ୍କୁ ପୁନଃ କଣ୍ଟାମାଳ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି । ରଘୁନାଥପୁର ଓ ତହସିଲଦାର ଥିବା ଦେବାଶିଷ ପାତ୍ର କଟକ ସ୍ଥିତ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ଯୁଗ୍ମ ନିଦେ୍ର୍ଧଶକ ନିଯୁକ୍ତି ହୋଇଛନ୍ତି । ସମୀର କୁମାର ବିଲଙ୍ଗଙ୍କୁ ସୁନ୍ଦରଗଡ଼ ଡେପୁଟି କଲେକ୍ଟର, ମନୋରମା ଜାଲିଙ୍କୁ ଭଦ୍ରକ ଡେପୁଟି କଲେକ୍ଟର ଓ ସ୍ନିଗ୍ଧା ଛାୟା ମହାପାତ୍ରଙ୍କୁ ବାଲେଶ୍ୱର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।