ବିରାଟ କୋହଲିଙ୍କ ଏହି କାର୍ଯ୍ୟ ବିଷୟରେ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କଥାଟି ସତ

ବିରାଟ କୋହଲିଙ୍କ ଏହି କାର୍ଯ୍ୟ ବିଷୟରେ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କଥାଟି ସତ

ବିରାଟ କୋହଲିଙ୍କ ଏହି କାର୍ଯ୍ୟ ବିଷୟରେ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କଥାଟି ସତ
ନୂଆଦିଲ୍ଲୀ: ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କଥାଟି ସତ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ଶରୀରକୁ ଫିଟ ରଖିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ‘ବ୍ଲାକ ୱାର୍ଟର’ ପିଅନ୍ତି । ଏହି ପାଣିର ରଙ୍ଗ କଳା । ଯାହା ବହୁତ ମହଙ୍ଗା । ଗୋଟିଏ ଲିଟର ପାଣିର ଦାମ ହେଉଛି ୩ ହଜାରରୁ ୪୦୦୦ ହଜାର ଟଙ୍କା । ଯାହା ଜାଣିବାକୁ ମିଳିଛି, ଗତ ବର୍ଷ କରୋନା ମହାମାରୀ ଆରମ୍ଭ ହେବା ଠାରୁ କୋହଲି ଏହି ପାଣି ପିଉଛନ୍ତି । କେବଳ କୋହଲି ନୁହନ୍ତି ବଲିଉଡ ବହୁ ସେଲିବି୍ରଟି ଏହି ପାଣି ପିଅନ୍ତି । ଅଭିନେତ୍ରୀ ଉର୍ବସୀ ରାଉତେଲା ମଧ୍ୟ ଏହି ପାଣି ବ୍ୟବହାର କରୁଛନ୍ତି । କୋହଲି ସବୁବେଳେ ନିଜକୁ ଫିଟ ରଖିବା ପାଇଁ କଠିନ ବ୍ୟାୟାମ କରନ୍ତି । ଗତ ବର୍ଷ ମହାମାରୀ ଆରମ୍ଭ ହେବା ପରଠୁ ସେ ଘରେ ରହିଥିଲେ । ଘରେ ରହି ନିଜର ଫିଟନେସ ଟ୍ରେନିଂ ଜାରି ରଖିଥିଲେ । ଶରୀର ପାଇଁ ଦୈନିକ ଯେତିକି ଖାଦ୍ୟ ଆବଶ୍ୟକ ହୁଏ ସେ ସେତିକି ହିଁ ଖାଉଥିଲେ । ସେଥିପାଇଁ ସେ ଖାଦ୍ୟ ଓଜନ କରି ଖାଇଥାନ୍ତି । ଏ କଥା ପତ୍ନୀ ଅନୁଷ୍କା ହିଁ ପ୍ରଘଟ କରିଥିଲେ । ଖାଦ୍ୟ ଖାଇବା ପୂର୍ବରୁ କୋହଲି ପାତ୍ରରେ ଓଜନ କରନ୍ତି । ଯେତିକି ଆବଶ୍ୟକ ସେତିକି ପରିମାଣର ଖାଦ୍ୟ ସେ ଖାଆନ୍ତି । ଗୋଟିଏ ଗ୍ରାମ ବି ଅଧିକ ଖାଆନ୍ତି ନାହିଁ ।