ବିରୋଧୀ କହିଲେ: ଗୁଳି ମାରିବା ବନ୍ଦ କର

ବିରୋଧୀ କହିଲେ: ଗୁଳି ମାରିବା ବନ୍ଦ କର

ବିରୋଧୀ କହିଲେ: ଗୁଳି ମାରିବା ବନ୍ଦ କର
ଲୋକସଭାରେ ବିରୋଧୀଦଳ ନେତାମାନଙ୍କ ନିରଚ୍ଛିନ୍ନ ପ୍ରତିବାଦସୂଚକ ଚିତ୍କାର ମଧ୍ୟରେ ଅନୁରାଗ ଠାକୁର ଭାଷଣ ଦେଇଛନ୍ତି। ଗତ ସପ୍ତାହରେ ଦିଲ୍ଲୀରେ ଏକ ନିର୍ବାଚନ ରାଲିରେ ଅନୁରାଗ ଦେଇଥିବା ବିବାଦୀୟ ସ୍ଲୋଗାନ୍‌କୁ ବିରୋଧ କରି ବିରୋଧୀ ସାଂସଦମାନେ ପାଟିତୁଣ୍ଡ କରିଥିଲେ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଲିରେ କହିଥିଲେ ‘ଦେଶର ପ୍ରତାରକମାନଙ୍କୁ ଗୁଳି ମାର…। ଏଥିପାଇଁ ଦିଲ୍ଲୀ ନିର୍ବାଚନ ପ୍ରଚାରରୁ ତାଙ୍କୁ ସାମୟିକ ଭାବେ ବିରତ କରାଯାଇଥିଲା। ଆଜି ସକାଳେ ଅନୁରାଗ ଭାଷଣ ଦେବାକୁ ଉଠିବା ବେଳେ ବିରୋଧୀ ସାଂସଦମାନେ ଚିତ୍କାର କରିଥିଲେ: ଗୁଳି ମାରିବା ବନ୍ଦ କର। ରବିବାର ରାତିରେ ଜାମିଆ ବିଶ୍ୱବିଦ୍ୟାଳୟରେ ତୃତୀୟ ଗୁଳିକାଣ୍ଡ ଘଟିବା କଥାରେ ଲୋକସଭାରେ ବିରୋଧୀ ଦଳମାନେ ପ୍ରବଳ ପ୍ରତିବାଦ କରିଥିଲେ। ଏହା ଗୋଟିଏ ଦିନ ପୂର୍ବରୁ ଶାହୀନ ବାଗରେ ଅନ୍ୟ ଏକ ଗୁଳିକାଣ୍ଡ ଘଟଣା ଘଟିଥିଲା। ଭାରତ ବଞ୍ଚାଅ, ଆମ ଗଣତନ୍ତ୍ରକୁ ବଞ୍ଚାଅ ବୋଲି ସେମାନେ ସ୍ଲୋଗାନ୍‌ ଦେଇ ଆଜି ଅଧିବେଶନର ତୃତୀୟ ଦିବସରେ ଗୃହରେ ହଟ୍ଟଗୋଳ କରିଥିଲେ।