ବିହାର ବିଧାନସଭା ନିର୍ବାଚନରେ ବଡ଼ ଟ୍ୱିଷ୍ଟ :ଲାଲୁଙ୍କ ପୁଅ ବିରୋଧରେ ନିର୍ବାଚନ ଲଢ଼ିବେ ବୋହୂ

ବିହାର ବିଧାନସଭା ନିର୍ବାଚନରେ ବଡ଼ ଟ୍ୱିଷ୍ଟ :ଲାଲୁଙ୍କ ପୁଅ ବିରୋଧରେ ନିର୍ବାଚନ ଲଢ଼ିବେ ବୋହୂ

ବିହାର ବିଧାନସଭା ନିର୍ବାଚନରେ ବଡ଼ ଟ୍ୱିଷ୍ଟ :ଲାଲୁଙ୍କ ପୁଅ ବିରୋଧରେ ନିର୍ବାଚନ ଲଢ଼ିବେ ବୋହୂ
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ପ୍ରଚାର ଆରମ୍ଭ ହୋଇଯାଇଛି । ଏବେ ଏଠରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ତଥା ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କଠାରୁ ଅଲଗା ହୋଇଥିବା ପତ୍ନୀ ଐଶ୍ୱର୍ଯ୍ୟା ତେଜପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ଐଶ୍ୱର୍ଯ୍ୟାଙ୍କ ବାପା ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଝିଅ ନିଜ ନିଷ୍ପତ୍ତି ନିଜେ ନେଇପାରିବେ । ଖୁବ ଶୀଘ୍ର ଐଶ୍ୱର୍ଯ୍ୟ ଏ ନେଇ ଗଣମାଧ୍ୟମକୁ ଜଣାଇବେ । ଅନ୍ୟ ପକ୍ଷେ ତେଜପ୍ରତାପ ଚଳିତ ଥର ମହୁଆ ଆସନରୁ ନିର୍ବାଚନ ଲଢ଼ିବେନି । ଐଶ୍ୱର୍ଯ୍ୟା ତାଙ୍କ ବିରୋଧରେ ମହୁଆଙ୍କୁ ନିର୍ବାଚନ ଲଢ଼ିବା କଥା ସେ ଜାଣିଥିବାରୁ ଚଳିତ ଥର ସେ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ନେଇଛନ୍ତି । ତେବେ ତେଜପ୍ରତାପ ହାସନପୁର ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ଚର୍ଚ୍ଚା ହେଉଛି ।