ବେରୁଟ୍ ବିସ୍ଫୋରଣରେ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିଲା : ଲେବାନନ୍ ପ୍ରଧାନମନ୍ତ୍ରୀ

ବେରୁଟ୍ ବିସ୍ଫୋରଣରେ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିଲା : ଲେବାନନ୍ ପ୍ରଧାନମନ୍ତ୍ରୀ

ବେରୁଟ୍ ବିସ୍ଫୋରଣରେ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିଲା : ଲେବାନନ୍ ପ୍ରଧାନମନ୍ତ୍ରୀ
ବେରୁଟ : ଲେବାନନର ବେରୁଟ୍ରେ ସଙ୍ଗଠିତ ବିସ୍ଫୋରଣରେ ପ୍ରାୟ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ବ୍ୟବହୃତ ହୋଇଥିବା ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ହସନ୍ ଡିଆବ୍ ସୂଚନା ଦେଇଛନ୍ତି । ବେରୁଟ୍ ବନ୍ଦରର ଏକ ଗୋଦାମ ଘରେ ବିଗତ ୬ ବର୍ଷ ଧରି ଏହି ବିସ୍ଫୋରକ ମହଜୁଦ ରହିଥିବା ନେଇ ଲେବାନନ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏକ ପ୍ରତିରକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଏହି ସୂଚନା ପ୍ରଦାନ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ କାହାରିକୁ ବି ଛଡାଯିବ ନାହିଁ ବୋଲି ହସନ ଡିଆବ ପ୍ରକାଶ କରିଛନ୍ତି । ବିନା କୌଣସି ପ୍ରତିଶେଧକ ବ୍ୟବସ୍ଥାରେ ଏକ ଗୋଦାମ ଘରେ ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ୍ ରଖିବା ଆଦୌ ଗ୍ରହଣୀୟ ନୁହେଁ, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ବେରୁଟ୍ରେ ଅନୁଷ୍ଠିତ ବିସ୍ଫୋରଣରେ ୭୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି ।