ଆଣ୍ଡାମାନରେ ଭୂମିକମ୍ପ

ଆଣ୍ଡାମାନରେ ଭୂମିକମ୍ପ

ଆଣ୍ଡାମାନରେ ଭୂମିକମ୍ପ
ଆଜି ଆଣ୍ଡାମାନ ନିକୋବରରେ ଭୂକମ୍ପ ଅନୁଭୁତ ହୋଇଛି। ସୋମବାର ଭୋର୍ ୬ଟା ୪୪ରେ ଭୂକମ୍ପ ରିକ୍ଟର ସ୍କେଲରେ ଜଣାପଡିଛି । ଏହାର ତୀବ୍ରତା ୪.୮ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୋର୍ ସମୟରେ ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ଯୋଗୁ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଭୂକମ୍ପ ପରେ ସୁନାମୀର ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।