ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପ୍ରମୁଖ ରାଜନେତା

ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପ୍ରମୁଖ ରାଜନେତା

ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପ୍ରମୁଖ ରାଜନେତା
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ସିବିଆଇ ହାଜତ ମିଆଦ ଶେଷ ହେବା ପରେ ଚିଦମ୍ବରମଙ୍କୁ ତିହାର ଜେଲରେ ରଖାଯିବ ବୋଲି ଜଣାପଡ଼ିଛି । ତେବେ କେବଳ ଚିଦମ୍ବରମ ନୁହନ୍ତି, ପୂର୍ବରୁ ଅନେକ ବରିଷ୍ଠ ନେତା ତଥା ମନ୍ତ୍ରୀମାନେ ମଧ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଜେଲ ଯାଇଥିବା ଅନ୍ୟ ଦୁଇ ଜଣ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହେଉଛି ଏ ରାଜା ଏବଂ ସୁଖରାମ । ଟେଲିକମ ବିଭାଗରେ ଥିବା ଉଭୟ ରାଜା ଏବଂ ସୁଖରାମ ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ । ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପି୍ରମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି । କିନ୍ତୁ ସେ ଜେଲ ଯାଇନାହାନ୍ତି । ସେହିପରି ଜେଲ ଯାଇଥିବା ଅନ୍ୟ ବରିଷ୍ଠ ରାଜନେତାମାନେ ହେଉଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଏବଂ ଏମ୍ କରୁଣାନିଧି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ମଧ୍ୟ ଦୁର୍ନୀତି ମାମଲାରେ ଜେଲରେ ରହିଛନ୍ତି । କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସ୍ ବଙ୍ଗାରାପ୍ପାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ମାମଲା ଥିଲା । ଉଲ୍ଲେଖ ଯୋଗ୍ୟ ଯେ ୨୦୧୯ରେ ୧୭ତମ ଲୋକସଭାକୁ ନିର୍ବାଚିତ ହୋଇଥିବା ୫୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ଜଣ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି । ୨୦୦୯ ତୁଳନାରେ ୨୦୧୯ରେ ଅପରାଧିକ ମାମଲା ଥିବା ସାଂସଦଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି