ଭାଲେଣ୍ଟାଇନ୍ ଡେକୁ ଫାଶୀ
ଭାଲେଣ୍ଟାଇନ୍ ଡେକୁ ଫାଶୀ
ଆଗ୍ରା: ଭାଲେଣ୍ଟାଇଈନ୍ସ ଡେକୁ ସାରା ବିଶ୍ୱ ପାଳନ ପାଳନ କରୁଥିବା ବେଳେ ଉତ୍ତରପ୍ରଦେଶ ଆଗ୍ରାରେ କେତେକ ପ୍ରଦର୍ଶନକାରୀ ଭାଲେଣ୍ଟାଇନ୍ସ ଡେ’ର କୁଶ ପୁତ୍ତଳିକାକୁ ଫାଶୀ ଦଣ୍ଡ ଦେଇଛନ୍ତି । ଏବେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।
କେତେକ ସଙ୍ଗଠନ ପକ୍ଷରୁ ପ୍ରେମୀ ଯୁଗଳଙ୍କୁ ଧରି ବିବାହ କରିବାକୁ ଚେତାବନୀ ଦିଆଯାଇଛି ଓ କିଛି ସଙ୍ଗଠନ ପ୍ରେମୀ ଯୁଗଳଙ୍କ ମାତାପିତାଙ୍କୁ ଡକାଇବାକୁ ସତର୍କ ସୂଚନା ଜାରି କରିଛନ୍ତି । ସେହିପରି କେତେକ ସଙ୍ଗଠନ ଭାଲେଣ୍ଟାଇନ୍ସ ଡେ’ର କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରି ଜଳାଇ ଦେଇଛନ୍ତି । ଏହା ସହିତ ଆଉ କିଛି ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ଧରି ମୁହଁରେ କଳା ବୋଳି ଗଧ ପିଠିରେ ବସାଇ ବୁଲାଇବାକୁ ଚେତାବନୀ ଦିଆଯାଇଛି ।
ସେମାନେ କହିଚନ୍ତି ଯେ, ରବିବାର ବିଳମ୍ବତ ରାତିରେ ଭାଲେଣ୍ଟାଇନ୍ସ ଡେ’କୁ ସନେ୍ଦହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଧରା ଯାଇଥିଲା । ପଚରା ଉଚରା ସମୟରେ ଭାଲେଣ୍ଟାଇନ୍ସ ଡେ’ ଭାରତର ବାସିନ୍ଦା ନୁହେଁ ବୋଲି କହିଥିଲା । ସେ ବିଦେଶୀ । ତାର ନାମ ଭାଲେଣ୍ଟାଇନ୍ସ ଡେ’ । ମାତ୍ର କୌଣସି ଉସôବ ନୁହେଁ ବୋଲି ପ୍ରକାଶ କରିଥିଲା । ଏହାପରେ ଆଜି ସକାଳେ ବିଚାର କରାଯାଇ ଭାଲେଣ୍ଟାଇନ୍ସ ଡେ’କୁ ଫାଶୀ ଦଣ୍ଡାଦେଶ କରାଯାଇଥିବା ଏସବୁ ସଂଗଠନ ପକ୍ଷରୁ କୁହାଯାଇଛି ।




admin 