ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ।

ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ।

ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ।
ଆଜି ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ୨୩ ଲୋକାଲ କେସ, ୨ ଜଣ ହୋମ କ୍ୱାରେଣ୍ଟାଇନରୁହୋଇଥିବା ଜଣାଯାଇଛି । ୨୩ ଲୋକାଲ କେସରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁରରୁ ୨ ଚିହ୍ନଟ ହୋଇଥିବାବେଳେ ଜଣେ କ୍ୱାରେଣ୍ଟାଇନ ସେଣ୍ଟରର କର୍ମଚାରୀ ବୋଲି ଜଣାଯାଇଛି । ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚକେଇସିଆଣି ହାଡ଼ବାଇ ବସ୍ତି ଅଞ୍ଚଳରୁ ୨ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ପାସପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪ ପଜିଟିଭ ହୋଇଥିବାବେଳେ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଏକ ଘରୋଇ ହସ୍ପିଟାଲର ଜଣେ ୨୨ ବର୍ଷୀୟା ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଶୋକ ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୀଳାଦ୍ରିବିହାର ବୁଦ୍ଧପାର୍କ ଅଞ୍ଚଳରୁ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।