ରିପୋଲିଂ ଲୋକମତ ପ୍ରତି ଅପମାନ: ଭର୍ତୁହରି

ରିପୋଲିଂ ଲୋକମତ ପ୍ରତି ଅପମାନ: ଭର୍ତୁହରି

ରିପୋଲିଂ ଲୋକମତ ପ୍ରତି ଅପମାନ: ଭର୍ତୁହରି
ଭୁବନେଶ୍ୱର: ଆଠଗଡ ନିର୍ବାଚନୀ ମଣ୍ଡଳୀରେ ୪ଟି ବୁଥରେ ସାନି ମତଦାନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି । ନିର୍ବାଚନ କମିଶନଙ୍କ ପଦକ୍ଷପକୁ ନାପସନ୍ଦ କରିଛନ୍ତି ଭର୍ତୁହରି ମହତାବ । ରିପୋଲିଂ ଲୋକମତ ପ୍ରତି ଅପମାନ ଜନକ ବୋଲି କହିଲେ ଭର୍ତୁହର । ସାଧାରଣତଃ ୩ଟି ଘଟଣାକୁ ନେଇ ରିପୋଲିଂ କରାଯାଇଥାଏ ବୋଲି କହିଥିଲେ । ପ୍ରିଜାଇଡ ଅଫିସର ବା ରିଟର୍ଣ୍ଣି ଅଫିସରଙ୍କ ଆପତି ଥି ଲେ ରିପୋଲିଂ ହୁଏ । ୮୦%ରୁ ଅଧିକ କେଉଁଠି ଭୋଟ ପଡିଲେ ଭିଡିଓ ଫୁଟେଜ ଦେଖି ନିଷ୍ପତି କରାଯାଏ । କିନ୍ତୁ ଆଠଗଡରେ ଯେଉଁ ୪ଟି ବୁଥରେ ରିପୋଲିଂ ହେଉଛି , ସେଠି ସେମିତି କିଛି ନଥିଲା । ଏହା ବିରୋଧରେ ଆମେ କମିଶନରେ କହିଥିଲୁ ତଥାପି ରିପୋଲିଂ ନିଆଗଲା । ଏଭଳି ରିପୋଲିଂ କରିବା ଉଚିତ ନଥିଲା ବୋଲି କହିଛନ୍ତି ଭର୍ତୁହର ।