ଲକଡାଉନ ପାଇଁ କଡା କଟକଣା
ଲକଡାଉନ ପାଇଁ କଡା କଟକଣା
admin
Jul 17, 2020 - 12:37
Updated: Jul 17, 2020 - 12:37
ଭୁବନେଶ୍ୱର: ଶୁକ୍ରବାର ରାତି ୯ଟାରୁ ଆରମ୍ଭ ହେବ ଲକଡାଉନ । ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ଲାଗୁ ରହିବ । ତେବେ ଏଥର ଲକଡାଉନ ଭାରି କଡ଼ା ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସ୍ୱାଭାବିକ ସ୍ଥିତି ଫେରିନଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ପୁଲିସ ସିପି କହିଛନ୍ତି ।
- ବ୍ୟାଙ୍କ କର୍ମଚାରୀ ନିଜ ପରିଚୟ ପତ୍ର, କର୍ତୃପକ୍ଷଙ୍କ ଚିଠି ଦେଖାଇବେ
- ଆଇଟି ସଂସ୍ଥା ୧୦% କର୍ମଚାରୀଙ୍କୁ ଅଫିସ ଡାକିପାରିବେ
- ସରକାରୀ କର୍ମଚାରୀ ନିଜ ପରିଚୟ ପତ୍ର ବ୍ୟବହାର କରିବେ । ବିଭାଗୀୟ କର୍ତୃପକ୍ଷଙ୍କ ଚିଠି ମଧ୍ୟ ଦେଖାଇବେ ।
- ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟ ପତ୍ର ବ୍ୟବହାର କରନ୍ତୁ ନାହିଁ
- ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥାନାରୁ ଅନୁମତି ଆଣିବା ଜରୁରୀ
- ରାସ୍ତାରେ ବାଇକ କିମ୍ବା କାର ବ୍ୟବହାର କରନ୍ତୁ ନାହିଁ ।
- ଏୟାର ପୋର୍ଟ, ରେଳଷ୍ଟେସନ କର୍ମଚାରୀଙ୍କୁ ଯିବାକୁ ଅନୁମତି ମିଳିବ ।
- ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ମିଳିବ ନାହିଁ । ସହରକୁ ପଶିବାକୁ ବା ସହରରୁ ବାହାରିବାକୁ ଅନୁମତି ଜରୁରୀ
- ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ
- ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ
- ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବ ନାହିଁ
- ସପ୍ତାହାନ୍ତ ସଟଡାଉନ ଏବେ ଉଠିଯିବ
- ସପ୍ତାହର ସବୁଦିନ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ
- କେବଳ ଗ୍ରୋସରୀ, ପରିବା ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲିବ
- ଘର ପାଖ ଦୋକାନରୁ କିଣନ୍ତୁ, ଦୂରକୁ କିଣିବାକୁ ଯାଆନ୍ତୁ ନାହିଁ
- ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ
- ମେଡ଼ିକାଲ ଷ୍ଟାଫ ନିଜ ପରିଚୟ ପତ୍ର ଦେଖାଇ ଯାଇପାରିବେ
- ଔଷଧ ଦୋକାନ କର୍ମଚାରୀ ଟ୍ରେଡ଼ ଲାଇସେନ୍ସ କପି ଦେଖାଇଯିବେ
- ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ୱାଟସଆପ ଗ୍ରୁପ ହୋଇଛି
- ଗଣମାଧ୍ୟମ କର୍ମଚାରୀ ପରିଚୟ ପତ୍ର, କର୍ତୃପକ୍ଷଙ୍କ ଚିଠି ଦେଖାଇବେ । ଗଣମାଧ୍ୟମର ମିଛ ପରିଚୟ ପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
- ଔଷଧ ଦୋକାନୀ କର୍ମଚାରୀ ଟ୍ରେଡ଼ ଲାଇସେନ୍ସ କପି ଦେଖାଇବେ