ଶରଦ ପୂର୍ଣ୍ଣିମାରେ ଏମିତି କରନ୍ତୁ ପୂଜା, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ
ଶରଦ ପୂର୍ଣ୍ଣିମାରେ ଏମିତି କରନ୍ତୁ ପୂଜା, ମା’ ଲକ୍ଷ୍ମୀ ହେବେ ପ୍ରସନ୍ନ
ଶରଦ ପୂର୍ଣ୍ଣିମା ଅତ୍ୟନ୍ତ ପବିତ୍ର ଦିନଟିଏ । ଏହିଦିନ ସମୁଦ୍ର ମନ୍ଥନରୁ ମା’ ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ । ମା’ ଏହଦିନ ଧରାପୃଷ୍ଠରେ ବିଚରଣ କରିଥା’ନ୍ତି ବୋଲି ମନେ କରାଯାଇଥାଏ । ଏହିଦିନ ଚନ୍ଦ୍ର ପୂଜା ସହ ମା’ଙ୍କର ବି ପୂଜା କରାଯାଇଥାଏ ।
ଆସନ୍ତୁ ଜାଣିବା, ଶରଦ ପୂର୍ଣ୍ଣିମାରେ କେମିତି କରିବେ ପୂଜା
ପବିତ୍ର ନଦୀରେ ବା ଗଙ୍ଗାଜଳରେ ସ୍ନାନ କରନ୍ତୁ ।
କାଠ ଚଉକି ଉପରେ ଲାଲ ବସ୍ତ୍ର ବିଛାଇ, ସେହି ସ୍ଥାନକୁ ଗଙ୍ଗାଜଳରେ ପବିତ୍ର କରନ୍ତୁ
ଚଉକି ଉପରେ ମା’ ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାପନ କରି ଲାଲ ଓଢ଼ଣୀ ପିନ୍ଧାନ୍ତୁ । ଧୁପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ ।
ସଂଧ୍ୟାରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ । ତୁଳସୀ ଉପରେ ଘିଅର ଦୀପ ଜଳାଇ ଚନ୍ଦ୍ରମା’ଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଚାଉଳ ଓ କ୍ଷୀରରେ ପ୍ରସ୍ତୁତ କ୍ଷୀରିକୁ ଜହ୍ନ ଜୋଛନାରେ ରଖନ୍ତୁ । କିଛି ଘଂଟା ରଖିବା ପରେ ଭୋଗ ଲଗାନ୍ତୁ ।