ଶେଷ ମୁହୂର୍ତ୍ତରେ ବିବାହ ବାତିଲ କରିଥିଲେ ସଲମାନ୍

ଶେଷ ମୁହୂର୍ତ୍ତରେ ବିବାହ ବାତିଲ କରିଥିଲେ ସଲମାନ୍

ଶେଷ ମୁହୂର୍ତ୍ତରେ ବିବାହ ବାତିଲ କରିଥିଲେ ସଲମାନ୍
ନୂଆଦିଲ୍ଲୀ : ଅଭିନେତା ସଲମାନ ଖାନ୍ ଙ୍କର ୧୯୯୯ ମସିହାରେ ବିବାହ ସ୍ଥିର ହୋଇଥିଲା । କିନ୍ତୁ ବିବାହ ତାରିଖର ୫-୬ ଦିନ ପୂର୍ବରୁ ସେ ତାଙ୍କ ବିବାହ ବାତିଲ କରିଦେଇଥିଲେ । ସଲମାନ ବାପାଙ୍କ ଜନ୍ମଦିନ ନଭେମ୍ବର ୧୮ ତାରିଖ ହୋଇଥିବାରୁ ସେ ଏହିଦିନ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ସବୁ କିଛି ସ୍ଥିର ହୋଇଥିଲା । ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସଲମାନ କହିଥିଲେ ଯେ ଏବେ ତାଙ୍କର ବିବାହ କରିବାର ମୁଡ୍ ନାହିଁ । ବରିଷ୍ଟ ପ୍ରଯୋଜକ ତଥା ସଲମାନଙ୍କ ଦୀର୍ଘ ଦିନର ସହଯୋଗୀ ସାଜିଦ ନଦିଆଡୱାଲା କପିଲ ଶର୍ମା ସୋରେ ଏକଥା ପ୍ରକାଶ କରିଛନ୍ତି । ତେବେ ସଲମାନଙ୍କର କାହା ସହ ବିବାହ ସ୍ଥିର ହୋଇଥିଲା ସେ କଥା ସାଜିଦ କହିନଥିଲେ ମଧ୍ୟ ସଲମାନ ପୂର୍ବରୁ କହିଥିଲେ ଯେ ସଙ୍ଗୀତା ବିଜଲାନୀଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା ।c